ଏସିଆ କପ୍ : ଓମାନ ଆଗରେ ୧୮୯ ରନର ଲକ୍ଷ୍ୟ ରଖିବା ଭାରତ, ସଂଜୁ ସାମସନଙ୍କ ଅର୍ଦ୍ଧଶତକ

ଆବୁଧାବିର ଶେଖ୍ ଜାୟେଦ ଷ୍ଟାଡିୟମରେ ଚାଲିଥିବା ଏସିଆ କପର ୧୨ତମ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୮ କରିଥିଲା । ଫଳରେ ଓମାନ ଆଗରେ ବିଜୟ ପାଇଁ ୧୮୯ ରନର ଲକ୍ଷ୍ୟ ରହିଛି ।

G1OCYksXMAAO4HA

ଆବୁ ଧାବି : ଆବୁଧାବିର ଶେଖ୍ ଜାୟେଦ ଷ୍ଟାଡିୟମରେ ଚାଲିଥିବା ଏସିଆ କପର ୧୨ତମ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୮ କରିଥିଲା । ଫଳରେ ଓମାନ ଆଗରେ ୧୮୯ ରନର ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଶୁବମନ ଗିଲ ମାତ୍ର ୫ ରନ କରି ଆଉଟ ହେବାପରେ ଅଭିଷେକ ଶର୍ମା ଓ ସଂଜୁ ସାମସନଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ଅଭିଷେକ ୩୮ ରନ କରିଥିବାବେଳେ ସାମସନ ୫୬ ରନ କରିଥିଲେ । ଅକ୍ଷର ପଟେଲ ୨୬ ରନ କରିଥିବାବେଳେ ତିଳକ ବର୍ମା ୨୯ ରନ କରିଥିଲେ । ହର୍ଷିତ ରାଣା ୧୩ ରନ କରିଥିଲେ । ଓମାନ ପକ୍ଷରୁ ଜିତେନ ରାମାନନ୍ଦୀ, ଶାହ ଫୈଜଲ ଓ ଆମିର କଲିମ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe