୧୯ ବର୍ଷରୁ କମ୍‌ ମହିଳା ଅନ୍ତଃଜୋନ୍‌ କ୍ରିକେଟ୍‌

ପୂର୍ବାଞ୍ଚଳ ଦଳରେ ଓଡ଼ିଶାରୁ କାଜଲ ଓ ସଙ୍ଗୀତା

ଓଡ଼ିଶା ୧ ରନ୍‌ରେ ହାରିଲା

କଟକ: ୧୯ ବର୍ଷରୁ କମ୍‌ ମହିଳା ଅନ୍ତଃଜୋନ୍‌ ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତା ପାଇଁ ପୂର୍ବାଞ୍ଚଳ ଦଳରେ ଓଡ଼ିଶାରୁ ୨ ଜଣ ସାମିଲ ହୋଇଛନ୍ତି। ୧୬ ଜଣିଆ ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ହେଲେ କାଜଲ ଜେନା ଓ ସଙ୍ଗୀତା ଖେଡ଼ିଆ। ଝାଡ଼ଖଣ୍ଡର ଶାନ୍ତି କୁମାରୀ ଅଧିନାୟିକା ମନୋନୀତ ହୋଇଥିଲା ବେଳେ ବେଙ୍ଗଲର ଧରା ଗୁର୍‌ଜାର ଉପଅଧିନାୟିକା ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବେଙ୍ଗଲର ରିଚା ଘୋଷ, ମମତା କିସ୍କୁ, ତପତି ପଲ୍‌, ନେକ୍‌ଜାନ୍‌ ଖତୁନ୍‌, ଝାଡ଼ଖଣ୍ଡର ଦୁର୍ଗା କୁମାରୀ ମୁର୍ମୁ, ସୋନିଆ କୁମାରୀ, ମମତା ପାସ୍‌ଓ୍ଵାନ୍‌, ଅଞ୍ଜଳି ଦାସ, ଆସାମର ରୁହିନା ପେଗୁ, କାକୋଲି ସାଇକିଆ, ଉମା ଛେତ୍ରୀ, ତ୍ରିପୁରାର ପୁଷ୍ପା ରାଧା ଜାମାଟିଆ ଦଳରେ ରହିଛନ୍ତି। ଝାଡ଼ଖଣ୍ଡର ସୀମା ସିଂହ ପ୍ରଶିକ୍ଷକ, ବେଙ୍ଗଲର ଅର୍ପିତା ଘୋଷ ସହକାରୀ ପ୍ରଶିକ୍ଷକ, ଆସାମର ନୀତା କୁମ୍‌ବାଙ୍ଗ୍‌ ଟ୍ରେନର୍‌ ଭାବେ ଦଳ ସହ ରହିବେ ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe