Photo: IPL Twitter
ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣର ୪୭ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ୍ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଆବୁଧାବିସ୍ଥିତ ଶେଖ୍ ଜାୟେଦ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ରାଜସ୍ଥାନ୍ ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିଥିଲା। ଧୋନିଙ୍କ ଟିମ୍ ୨୦ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୧୮୯ ରନ୍ ସଂଗ୍ରହ କରିଛି। ଫଳରେ ରାଜସ୍ଥାନକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୯୦ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ଋତୁରାଜ ଗାୟକଓ୍ଵାଡ ଓ ଫାଫ୍ ଡୁପ୍ଲେସିସ୍ଙ୍କ ଭଲ ବ୍ୟାଟିଂ ଯୋଗୁଁ ଚେନ୍ନାଇର ଭଲ ଆରମ୍ଭ ହୋଇଥିଲା। ଚେନ୍ନାଇ ପ୍ରଥମ ଓ୍ଵିକେଟ୍ରେ ୪୭ ରନ୍ ସଂଗ୍ରହ କରିଥିଲା। ଯୁବ କ୍ରିକେଟର ଋତୁରାଜ ୫୮ଟି ବଲ୍ ଖେଳି ଅପରାଜିତ ଶତକ (୧୦୧ ରନ୍) କରିଥିଲେ। ଏଥିରେ ୯ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ମୋଇନ୍ ଅଲି ୨୧ ରନ୍ ଓ ରବୀନ୍ଦ୍ରା ଜାଦେଜା ଅପରାଜିତ ୩୨ ରନ୍ ଦଳ ପାଇଁ ଯୋଡ଼ିଥିଲେ। ସେ ୧୫ଟି ବଲ ଖେଳି ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।
Follow Us