ଟି-୨୦ ବିଶ୍ୱକପ୍‌: ୱେଷ୍ଟଇଣ୍ଡିଜ୍‌ ଆଗରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

Advertisment

ପାଥୁମ ନିଶଙ୍କ-ଚରିଥ ଆସଲଙ୍କାଙ୍କ ଅର୍ଦ୍ଧଶତକ

ପାଥୁମ ନିଶଙ୍କ-ଚରିଥ ଆସଲଙ୍କାଙ୍କ ଅର୍ଦ୍ଧଶତକ

ଟି-୨୦ ବିଶ୍ୱକପ୍‌: ୱେଷ୍ଟଇଣ୍ଡିଜ୍‌ ଆଗରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

Photo: Twitter

ଆବୁଧାବି: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ଟି-୨୦ ବିଶ୍ୱକପ୍‌ର ଗୁରୁବାର ଖେଳାଯାଉଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଶ୍ରୀଲଙ୍କା ଟିମ୍‌ ବ୍ୟାଟିଂ କରିଥିଲା। ଶ୍ରୀଲଙ୍କା ୨୦ ଓଭରରେ ୩ଟି ଓ୍ଵିକେଟ୍‌ ହରାଇ ୧୮୯ ରନ୍‌ କରିଛି। ୱେଷ୍ଟଇଣ୍ଡିଜ୍‌କୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୯୦ ରନ୍‌ର ଲକ୍ଷ୍ୟ ମିଳିଛି।

ଶ୍ରୀଲଙ୍କାର ଇନିଂସ ଆରମ୍ଭ କରିଥିଲେ ପାଥୁମ ନିଶଙ୍କ ଓ କୁଶଲ ପେରେରା। ଉଭୟ ଖେଳାଳି ପ୍ରଥମ ଓ୍ଵିକେଟ୍‌ ପାଇଁ ୪୨ ରନ୍‌ ଭାଗିଦାରୀ ହୋଇଥିଲେ। ୱେଷ୍ଟଇଣ୍ଡିଜ୍‌ ପାଇଁ ପ୍ରଥମ ଶିକାର ହୋଇଥିଲେ ପେରେରା। ସେ ୨୧ଟି ବଲ୍‌ ଖେଳି ୨୯ ରନ୍‌ କରିଥିଲେ। ନିଶଙ୍କ ୪୧ଟି ବଲ୍‌ ଖେଳି ୫୧ ରନ୍‌ କରିଥିଲେ। ଏଥିରେ ୫ଟି ଚୌକା ସାମିଲ ଥିଲା। ଆଶଲଙ୍କା ଦଳ ପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୬୮ ରନ୍‌ କରିଥିଲେ। ଏଥିରେ ୮ଟି ଚୌକା ଓ ଗୋଟିଏ ଛକା ଥିଲା। ଅଧିନାୟକ ସନକା ଅପରାଜିତ ୨୫ ରନ୍‌ କରିଥିଲେ। ସେ ୧୪ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନଙ୍କ ଆଗରେ େଓ୍ଵଷ୍ଟଇଣ୍ଡିଜ୍‌ ବୋଲରଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। ଆଗଧାଡ଼ିର ବୋଲରମାନେ ସଂପୂର୍ଣ୍ଣ ରୂପେ ବିଫଳ ହୋଇଥିଲେ। ଦ୍ରୁତ ବୋଲର ଜସନ ହୋଲଡର ଓ ରବି ରାମ୍‌ପଲ ୪ ଓଭର ଲେଖାଏଁ ବୋଲିଂ କରି ୩୭-୩୭ ରନ୍‌ ଖର୍ଚ୍ଚ କରିଥିଲେ। ସେହିପରି ଆନ୍ଦ୍ରେ ରସଲ ମଧ୍ୟ ୩୩ ରନ୍‌ ଦେଇଥିଲେ। କିନ୍ତୁ ରସଲ ୨ଟି ଓ୍ଵିକେଟ ନେଇଥିଲେ। ଡେ୍ଵନ୍‌ ବ୍ରାଭୋ ୪୨ ରନ୍‌ ଦେଇ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe