ଆଇପିଏଲ୍‌: ରାଜସ୍ଥାନ ଆଗରେ ୧୯୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

Advertisment
ଆଇପିଏଲ୍‌: ରାଜସ୍ଥାନ ଆଗରେ ୧୯୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

Photo: IPL Twitter

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୫୪ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଆଗରେ ୧୯୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି କୋଲକାତା ନାଇଟ୍‌ ରାଇଡର୍ସ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ କୋଲକାତା ଟିମ୍‌ ବ୍ୟାଟିଂ କରିଥିଲା। ଅଧିନାୟକ ଇଅନ୍‌ ମୋର୍ଗାନ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ (୬୮ ରନ୍‌, ୩୫ ବଲ, ୫ ଚୌକା, ୬ ଛକା) ବଳରେ କୋଲକାତା ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୯୧ ରନ୍‌ କରିଛି।

କୋଲକାତାର ଇନିଂସ ଆରମ୍ଭ କରିଥିଲେ ଶୁଭମାନ୍‌ ଗିଲ ଓ ନୀତିଶ ରାଣା। ଗିଲ୍‌ ୨୪ଟି ବଲରୁ ୬ଟି ଚୌକା ସହାୟତାରେ ୩୬ ରନ୍‌ କରିଥିଲେ। କିନ୍ତୁ ରାଣା କୌଣସି ରନ୍‌ ନକରି ପାଭଲିଅନ୍‌କୁ ଫେରିଯାଇଥିଲେ। କୋଲକାତାର ମାତ୍ର ୧ ରନ୍‌ରେ ରାଣାଙ୍କୁ ହରାଇବା ପରେ ବ୍ୟାଟିଂ କରିବାକୁ ଆସିଥିଲେ ରାହୁଲ ତ୍ରିପାଠୀ। ଟିମ୍‌ ୨ୟ ଓ୍ଵିକେଟରେ ୭୨ ରନ୍‌ ଜୋଡ଼ିବା ପରେ ଏକ ପ୍ରକାର ମଜବୁତ ହୋଇଯାଇଥିଲା। ରାହୁଲ ତ୍ରିପାଠୀ ୩୪ଟି ବଲ୍‌ର ସମ୍ମୁଖୀନ ହୋଇ ବ୍ୟକ୍ତିଗତ ଭାବେ ୩୯ ରନ୍‌ ଯୋଡ଼ିଥିଲେ।

ରାଣାଙ୍କ ଭଳି ସୁନୀଲ୍‌ ନରିନ୍‌ ଓ ଦିନେଶ କାର୍ତ୍ତିକ ମଧ୍ୟ ଖାତା ଖୋଲିପାରି ନଥିଲେ। କୋଲକାତାକୁ ଆନ୍ଦ୍ରେ ରସେଲଙ୍କ ବ୍ୟାଟ୍‌ରୁ ୨୫ ରନ୍‌ ଓ ପେଟ କମିନ୍‌ସଙ୍କ ବ୍ୟାଟ୍‌ରୁ ୧୫ ରନ୍‌ ମିଳିଥିଲା। ରାଜସ୍ଥାନର ରାହୁଲ ତିଓ୍ଵାତିଆଙ୍କୁ ୩ଟି ଓ୍ଵିକେଟ୍‌ ମିଳିଥିଲା। ସେହିପରି କାର୍ତ୍ତିକ ତ୍ୟାଗୀ ୨ଟି, ଜୋଫ୍ରା ଆର୍ଚର ଓ ଶ୍ରେୟସ ଗୋପାଳ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe