ଆଇପିଏଲ୍‌: ଦିଲ୍ଲୀ କ୍ୟାପିଟାଲ୍ସକୁ ୧୯୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍‌ ରାଇଡର୍ସ

Advertisment
ଆଇପିଏଲ୍‌: ଦିଲ୍ଲୀ କ୍ୟାପିଟାଲ୍ସକୁ ୧୯୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍‌ ରାଇଡର୍ସ

Photo: IPL Twitter

ଆବୁଧାବି: କୋଲକାତା ନାଇଟ୍‌ ରାଇଡର୍ସ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୪୨ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଦେଇଛି ୧୯୫ ରନ୍‌ର ଟାର୍ଗେଟ। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଦିଲ୍ଲୀ ଟିମ୍‌ ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରିଥିଲା। ଇଅନ୍‌ ମୋର୍ଗାନଙ୍କ ନେତୃତ୍ୱରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୯୪ ରନ୍‌ ସଂଗ୍ରହ କରିିଛି।

କୋଲକାତାର ଇନିଂସ ଆରମ୍ଭ କରିଥିଲେ ଓପନର ଶୁଭମନ୍‌ ଗିଲ (୯ ରନ୍‌) ଓ ନିତୀଶ ରାଣା। ମାତ୍ର ୧୧ ରନ୍‌ରେ କୋଲକାତା ଶୁଭମନ୍‌ ଗିଲଙ୍କୁ ନୋର୍‌ଟଜେଙ୍କ ଦ୍ୱାରା ଆଉଟ ହୋଇଯିବା ପରେ ରାହୁଲ ତ୍ରିପାଠୀ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ରାହୁଲ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିପାରି ନଥିଲେ। ସେ ୧୨ଟି ବଲ୍‌ ଖେଳି ଗୋଟିଏ ଚୌକା ସହାୟତାରେ ଟିମ୍‌ ପାଇଁ ୧୩ ରନ୍‌ ଯୋଡ଼ିଥିଲେ। ରାହୁଲ ଆଉଟ ହେବା ପୂର୍ବରୁ କୋଲକାତାର ସ୍କୋର ୩୫ ରନ୍‌ ଥିଲା। କୋଲକାତା ୩ୟ ଓ୍ଵିକେଟ୍‌ରେ ମାତ୍ର ୭ ରନ୍‌ କରିଥିଲା। ଦିଲ୍ଲୀର ବୋଲର କାଗିସୋ ରାବାଡ଼ାଙ୍କ ଦ୍ୱାରା ଦିନେଶ କାର୍ତ୍ତିକ (୩ରନ୍‌) ଆଉଟ୍‌ ହୋଇଥିଲେ।

କୋଲକାତା ୪ର୍ଥ ଓ୍ଵିକେଟରେ ୧୦୫ ରନ୍‌ କରିଥିଲା। ନିତୀଶ ରାଣା (୮୧ ରନ୍‌, ୫୩ ବଲ, ୧୩ ଚୌକା, ଗୋଟିଏ ଛକା) ଓ ସୁନୀଲ ନରିନ୍‌ (୬୪ ରନ୍‌, ୩୨ ବଲ, ୬ ଚୌକା, ୪ ଛକା) ବିସ୍ଫୋରକ ବ୍ୟାଟିଂ କରିଥିଲେ। ରାବଡ଼ାଙ୍କ ହାତରେ ସୁନୀଲ ଆଉଟ ହୋଇଯିବା ପରେ ଅଧିନାୟକ ଇଅନ୍‌ ମୋର୍ଗାନ (୧୭ ରନ୍‌) ପଡ଼ିଆକୁ ପ୍ରବେଶ କରିଥିଲେ। ସେ ରାଣାଙ୍କ ସହିତ ୩୭ ରନ୍‌ର ଭାଗିଦାରୀ ହୋଇପାରିଥିଲେ। କୋଲକାତା ନିଜ ଇନିଂସର ଶେଷ ୨ ବଲରେ ରାଣା ଓ ମୋର୍ଗାନ୍‌ଙ୍କୁ ହରାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe