ଆଇପିଏଲ୍‌: ରାଜସ୍ଥାନ ଆଗରେ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ

Advertisment
ଆଇପିଏଲ୍‌: ରାଜସ୍ଥାନ ଆଗରେ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ

Photo: IPL Twitter

ଆବୁଧାବି: ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ (ଆଇପିଏଲ୍‌)-୨୦୨୦ର ୪୫ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଜି ରାଜସ୍ଥାନ ରୟାଲ୍ସକୁ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର ଈଶାନ କିଷନ ଓ କ୍ୱିଣ୍ଟନ୍‌ ଡି କକ୍‌ ମୁମ୍ବାଇର ଇନିଂସ ଆରମ୍ଭ କରିଥିଲେ।

ବିସ୍ଫୋରକ ବ୍ୟାଟ୍‌ସମ୍ୟାନ କ୍ୱିଣ୍ଟନ୍‌ ଡି କକ୍‌ଙ୍କ ବ୍ୟାଟ ଆଜି ଚାଲି ନଥିଲା। ସେ ୬ ରନ୍‌ କରି ଖୁବ୍‌ ଶୀଘ୍ର ପାଭଲିଅନ୍‌କୁ ଫେରିଆସିଥିଲେ। ତାଙ୍କର ସ୍ଥାନ ପୂରଣ କରିଥିଲେ ସୂର୍ଯ୍ୟକୁମାର ଯାଦବ। ଯୁବ ବ୍ୟାଟ୍‌ସମ୍ୟାନ ସୂର୍ଯ୍ୟକୁମାର ୨୬ଟି ବଲ୍‌ ଖେଳି ୪ଟି ଚୌକା ଓ ଗୋଟିଏ ଛକା ବଳରେ ୪୦ ରନ୍‌ ଯୋଡ଼ିଥିଲେ। ସେ ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ଈଶାନ କିଷନ (୩୭ ରନ୍‌, ୩୬ ବଲ, ୪ ଚୌକା, ୧ ଛକା)ଙ୍କ ସହ ୮୩ ରନ୍‌ର ଭାଗିଦାରୀ ହୋଇପାରିଥିଲେ।

ମୁମ୍ବାଇ ୨ୟ ଓ୍ଵିକେଟ ଭାବେ ଈଶାନ କିଷନଙ୍କୁ ହରାଇଥିବା ବେଳେ ୯୫ ରନ୍‌ରେ ୩ୟ ଓ୍ଵିକେଟ୍‌ ଭାବେ ସୂର୍ଯ୍ୟକୁମାର ଯାଦବଙ୍କୁ ହରାଇଥିଲା। ରାଜସ୍ଥାନର ୪ର୍ଥ ଶିକାର ହୋଇଥିଲେ କିରନ ପୋଲାର୍ଡ (୬ ରନ୍‌)। ତେବେ ମୁମ୍ବାଇର ସ୍କୋରରେ ବଡ଼ ଯୋଗଦାନ ଦେଇଥିଲେ ସୌରଭ ତିଓ୍ଵାରୀ (୩୪ ରନ୍‌, ୨୫ବଲ, ୪ ଚୌକା, ୧ ଛକା) ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ହାର୍ଦ୍ଦିକ ୨୧ଟି ବଲ ଖେଲି ୨ଟି ଚୌକା ଓ ୭ଟି ଛକା ମାରିବା ସହ ଅପରାଜିତ ଫେରିଥିଲେ। କ୍ରୁଣାଳ ପାଣ୍ଡ୍ୟା ଅପରାଜିତ ୩ ରନ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe