୧୯୭୦ ଏସୀୟ କ୍ରୀଡ଼ା ବ୍ରୋଞ୍ଜ୍‌ ବିଜେତା ଫୁଟ୍‌ବଲ୍‌ ଖେଳାଳି ସୁଭାଷ ଭୌମିକଙ୍କ ଦେହାନ୍ତ

୧୯୭୦ ଏସୀୟ କ୍ରୀଡ଼ା ବ୍ରୋଞ୍ଜ୍‌ ବିଜେତା ଫୁଟ୍‌ବଲ୍‌ ଖେଳାଳି ସୁଭାଷ ଭୌମିକଙ୍କ ଦେହାନ୍ତ

Image Courtesy of India Today

କୋଲ୍‌କାତା: ଆଜି କୋଲ୍‌କାତାର ଏକ ଡାକ୍ତରଖାନାରେ ପ୍ରଖ୍ୟାତ ଫୁଟ୍‌ବଲ୍‌ ଖେଳାଳି ତଥା ପୂର୍ବତନ କୋଚ୍‌ ସୁଭାଷ ଭୌମିକଙ୍କର ଦେହାନ୍ତ ହୋଇଯାଇଛି। ମୁଧୁମେହ ଏବଂ ବୃକ୍କ୍‌ ସମସ୍ୟାରେ ପୀଡ଼ିତ ହୋଇ ଗତ ସାଢ଼େ ୩ ମାସ ହେବ ଭୌମିକ ଚିକିତ୍ସାଧୀନ ଥିଲେ।

ଆଜି ପାହାନ୍ତା ୩.୩୦ରେ ପରଲୋକ ଯାତ୍ରା କରିଥିବା ‘ଭୋମ୍ବୋଲଦା’ ଭାବେ ସୁପରିଚିତ ଭୌମିକଙ୍କୁ ୭୨ ବର୍ଷ ହୋଇଥିଲା। କୋଭିଡ୍‌ ପଜିଟିଭ୍ ବାହାରିବା ପରେ ସେ କୋଲ୍‌କାତାର ଇକ୍‌ବାଲ୍‌ପୁର୍‌ସ୍ଥିତ ଏକ ନର୍ସିଙ୍ଗ୍‌ ହୋମ୍‌ରେ ଭର୍ତ୍ତି ହୋଇଥିଲେ।

publive-image Image Courtesy of The Hindu

‘ଇଷ୍ଟ୍‌ ବେଙ୍ଗଲ୍‌’ ଏବଂ ‘ମୋହନ୍‌ ବାଗାନ୍‌’ ପାଇଁ ଖେଳୁଥିବା ‘ଷ୍ଟ୍ରାଇକର୍‌’ ଭୌମିକ କେତେକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତ ତରଫରୁ ପ୍ରତିନିଧିତ୍ବ କରିଥିଲେ। ୧୯୭୦ ଏସିଆନ୍‌ ଗେମ୍ସ୍‌ରେ ସେ ଖେଳୁଥିବା ଭାରତୀୟ ଟିମ୍‌ ‌କାଂସ୍ୟ ପଦକ ହାସଲ କରିଥିଲା।

୧୯୭୯ରେ ସେ ଫୁଟବଲ୍‌ ଖେଳିବା ବନ୍ଦ କରି ଜଣେ ସଫଳ ଫୁଟ୍‌ବଲ୍‌ କୋଚ୍‌ ଭାବେ ସେ ‘ଇଷ୍ଟ୍‌ ବେଙ୍ଗଲ୍‌’, ‘ମୋହନ୍‌ ବାଗାନ୍‌’, ‘ମହମ୍ମେଡାନ୍‌ ସ୍ପୋର୍ଟିଙ୍ଗ୍‌’, ‘ସଲ୍‌ଗାଓକାର୍‌’ ଏବଂ ‘ଚର୍ଚିଲ୍‌ ବ୍ରଦର୍ସ’ ଭଳି କ୍ଲବ୍‌ରେ ପ୍ରଶିକ୍ଷଣ ଦେଇଥିଲେ।

ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରି ‘ଅଲ୍‌ ଇଣ୍ଡିଆ ଫୁଟ୍‌ବଲ୍‌ ଫେଡେରେସନ୍‌’ର ଅଧ୍ୟକ୍ଷ ପ୍ରଫୁଲ ପଟେଲ୍‌ କହିଛନ୍ତି, ନିଜ ପିଢ଼ିର ଅନ୍ୟତମ ମହାନ୍‌ ଫୁଟ୍‌ବଲ୍‌ ଖେଳାଳି ଆଉ ନାହାନ୍ତି ଜାଣି ଖୁବ୍‌ ଦୁଃଖିତ। ଭାରତୀୟ ଫୁଟ୍‌ବଲ୍‌କୁ ତାଙ୍କର ଅମୂଲ୍ୟ ଅବଦାନକୁ ଆମେ ସର୍ବଦା ସ୍ମରଣ କରୁଥିବୁ, ତାହା ଅବିସ୍ମରଣୀୟ। ଭାରତୀୟ ଫୁଟ୍‌ବଲ୍‌ ସମ୍ବଳ ହରାଇଲା। ତାଙ୍କ ପରିବାର ପ୍ରତି ମୋର ସମବେଦନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe