ତାଇପେ: ଭାରତୀୟ ଗଲ୍ଫର ଅଜିତେଶ ସାନ୍ଧୁ ନିଜର ପ୍ରଥମ ଏସୀୟ ଟୁର୍ ଟ୍ରଫି ଜିତିନେଇଛନ୍ତି। ଏଠାରେ ରବିବାର ଶେଷ ହୋଇଥିବା ୫୦୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ୟେଙ୍ଗ୍ଡର୍ ଟୁଣ୍ଟାମେଣ୍ଟ ପ୍ଲେୟାର୍ସ ଚାମ୍ପିଅନ୍ସିପ୍ (ଟିପିସି)ରେ ଆମେରିକାର ଜୋହାନେସ୍ ବିର୍ମନ୍ଙ୍କୁ ଗୋଟିଏ ସଟ୍ ବ୍ୟବଧାନରେ ପରାସ୍ତ କରି ବିଜେତା ହୋଇଛନ୍ତି। ଆଉ ଏହି ବିଜୟ ସହ ସାନ୍ଧୁ ୯୦,୦୦୦ ଡଲାର ପୁରସ୍କାର ରାଶି ପକେଟସ୍ଥ କରିଛନ୍ତି। ଏଥି ସହିତ ସାନ୍ଧୁ ମଧ୍ୟ ଏସୀୟ ଟୁର୍ରେ ଦୁଇ ବର୍ଷ ପାଇଁ ବିରତି ପାଇଛନ୍ତି। ସାନ୍ଧୁ ଏହି ପ୍ରତିଯୋଗିତାରେ ଟ୍ରଫି ଜିତିବା କ୍ଷେତ୍ରରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ପ୍ରଥମ ଭାରତୀୟ ଭାବେ ଗଗନଜିତ୍ ଭୁଲ୍ଲାର ୟେଙ୍ଗ୍ଡର୍ ଟିପିସି ଜିତିଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ତାରକା ଲୁ ଓ୍ଵି ଚିହ ନିଜ ଜୀବନରେ ଦ୍ୱିତୀୟ ଥର ପାଇଁ ୟେଙ୍ଗ୍ଡର୍ ଟିପିସି ଜିତିବାର ସୁଯୋଗ ହାତଛଡ଼ା କରିଛନ୍ତି। ଏହା ପୂର୍ବରୁ ଲୁ ଓ୍ଵି ୨୦୧୬ରେ ମର୍କ୍ୟୁରି ତାଇଓ୍ଵାନ୍ ମାଷ୍ଟର୍ସ ଟ୍ରଫି ଜିତିଥିଲେ।
ଗଲ୍ଫର ସାନ୍ଧୁ ଜିତିଲେ ପ୍ରଥମ ଏସୀୟ ଟୁର୍ ଟ୍ରଫି
Advertisment
Follow Us