ଆଉ ୨ ଦିନ ପରେ: ‘ହାର୍ଦିକ ପାଣ୍ଡ୍ୟାଙ୍କ ପାଇଁ ବଡ଼ ସୁଯୋଗ’

Advertisment
ଆଉ ୨ ଦିନ ପରେ: ‘ହାର୍ଦିକ ପାଣ୍ଡ୍ୟାଙ୍କ ପାଇଁ ବଡ଼ ସୁଯୋଗ’

ନୂଆଦିଲ୍ଲୀ: ମୁଁ ଗତକାଲି ହାର୍ଦିକ ପାଣ୍ଡ୍ୟାଙ୍କ ସହ କଥା ହୋଇଛି। କହିଛି ‘ବିଶ୍ବକପ୍‌ରେ ବ୍ୟାଟ୍‌ ଓ ବଲ୍‌ରେ ଭଲ ପ୍ରଦର୍ଶନ କରିବା ଲାଗି ତୁମ ପାଇଁ ବଡ଼ ସୁଯୋଗ ରହିଛି’। ଏହା ପ୍ରକାଶ କରିଛନ୍ତି ୨୦୧୧ ମସିହାରେ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳର ଅଲରାଉଣ୍ଡର୍ ଯୁବରାଜ ସିଂହ। ଯୁବରାଜ ମଧ୍ୟ ୮ ବର୍ଷ ତଳେ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ଏବଂ ଭାରତ ୨୮ ବର୍ଷ ପରେ ଦ୍ବିତୀୟ ଥର ବିଶ୍ବ ବିଜେତା ହୋଇଥିଲା। ‘‘ପାଣ୍ଡ୍ୟା ବର୍ତମାନ ଯେଭଳି ବ୍ୟାଟିଂ କରୁଛନ୍ତି ଏହା ନିଶ୍ଚିତ ଚମତ୍କାର। ଆଶା ରଖିବି ଏଭଳି ପ୍ରଦର୍ଶନ ସେ ବିଶ୍ବକପ୍‌ରେ କରିବେ। ବୋଲିଂରେ ସେ ବେଳେ‌ବେଳେ ଭଲ କରୁଛନ୍ତି, କେବଳ ଚାପ ପରିସ୍ଥିତିକୁ ମୁକାବିଲା କରିବାର ଆବଶ୍ୟକତା ରହିଛି। ବିଶ୍ବକପ୍‌ ନିଶ୍ଚିତ ପାଣ୍ଡ୍ୟାଙ୍କ ପାଇଁ ଅଭୁଲା ରହିବ, ଏହା ମୋର ଦୃଢ଼ ବିଶ୍ବାସ’ ବୋଲି ଯୁବରାଜ ପ୍ରକାଶ କରିଛନ୍ତି। କ୍ବାଲିଟି ବୋଲରଙ୍କ ବିପକ୍ଷରେ ସେ ଯେଭଳି ବଲ୍‌କୁ ହିଟ୍ କରୁଛନ୍ତି ତାହା ସକାରାତ୍ମକ ଦିଗ। କିନ୍ତୁ ଟି-୨୦ ଫର୍ମକୁ ଦିନିକିଆରେ ଜାରି ରଖିବା ନେଇ ଯୁବି ସତର୍କ କରାଇ ଦେଇଛନ୍ତି। ଆଇପିଏଲ୍‌ରେ ଭାରତୀୟ ବିଶ୍ବକପ୍‌ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିବାରୁ ଯୁବରାଜ ମଧ୍ୟ ଖୁସି ଅଛନ୍ତି। ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ ଭଲ ବ୍ୟାଟିଂ କରିଛନ୍ତି ବୋଲି ଯୁବରାଜ କହିଛନ୍ତି।

୨୦୧୯ ବିଶ୍ବକପ୍‌ ଲାଗି କେଉଁ ଦଳ ଦାବିଦାର ବୋଲି ପ୍ରଶ୍ନ ହେବାରୁ ଯୁବରାଜ କହିଥିଲେ ଭାରତ ଏବଂ ଇଂଲଣ୍ଡ ପ୍ରଥମ ଦୁଇ ଦାବିଦାର ଦଳ। ତୃତୀୟରେ ନିଶ୍ଚିତ ବିଜେତା ଅଷ୍ଟ୍ରେଲିଆ ରହିବ। ଚତୁର୍ଥଟି ମୁଁ କହି ପାରିବି ନାହିଁ, ନ ହେଲେ ପରେ କହିବି। ବଲ୍ ବିକୃତ ବିବାଦ ପାଇଁ ବର୍ଷକର ନିଲମ୍ବନ ଦଣ୍ଡ ଭୋଗିବା ପରେ ଷ୍ଟିଭେନ୍ ସ୍ମିଥ୍ ଏବଂ ଡେଭିଡ୍‌ ୱାର୍ନର ଦଳକୁ ଫେରିଥିବାରୁ ଅଷ୍ଟ୍ରେଲିଆ ନିଶ୍ଚିତ ଅନ୍ୟତମ ଦାବିଦାର ରହିବ। ୱେଷ୍ଟଇଣ୍ଡିଜ୍ ନିକଟରେ ମଧ୍ୟ ଶକ୍ତିଭରା ସାମର୍ଥ୍ୟ ରହିଛି ବୋଲି ଯୁବି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଜୁନ୍‌ ୫ ତାରିଖରେ ଭାରତ ଦି ଓଭାଲରେ ଦକ୍ଷିଣ ଆଫ୍ରିକା ସହିତ‌ ‌ଖେଳି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe