ଏସୀୟ ପେଣ୍ଟାକ୍ୟୁ ଦଳରେ ୨ ଓଡ଼ିଆ

ଏସୀୟ ପେଣ୍ଟାକ୍ୟୁ ଦଳରେ ୨ ଓଡ଼ିଆ

ଭୁବନେଶ୍ବର: ଆଉ ଏକ ନୂଆ ଖେଳ ଓଡ଼ିଶା ପଦାର୍ପଣ କରିବାକୁ ଯାଉଛି। ଶୁକ୍ରବାରଠାରୁ କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଖେଳାଯିବାକୁ ଯାଉଛି ପ୍ରଥମ ଏସୀୟ ପେଣ୍ଟାକ୍ୟୁ ପ୍ରତିଯୋଗିତା। ଏସୀୟ ବାଉଲ୍‌ସ ସ୍ପୋର୍ଟସ କନ୍‌ଫେଡେରେସନ୍ ଏହାକୁ ଆୟୋଜିତ କରୁଛି। କିଟ୍ ଏବଂ କିସ୍ ସମ୍ପୂର୍ଣ୍ଣ ସହଯୋଗ କରୁଥିବାରୁ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଭାରତ ସହିତ ୮ ଦେଶର ଖେଳାଳି ଏଥିରେ ଭାଗ ନେଉଛନ୍ତି। ଭାରତୀୟ ଦଳରେ କିସ୍‌ରୁ ଦୁଇ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ‌ହେଲେ- ଅଭିରାମ ବାସ୍କେ ଏବଂ ଦିବ୍ୟଜ୍ୟୋତି କୁଲୁ। ବାଉଲ୍ସ, ଲନ୍ ବାଉଲ୍ସ ଏବଂ କ୍ରାଉନ୍ ଗ୍ରିନ୍ ବୋଲିଂ ଭଳି ଏହି ଖେଳରେ ଏକ ଛୋଟ ବଲକୁ ଟାର୍ଗେଟ ଦିଗରେ ପକାଇବା ପରେ ଯିଏ ସର୍ବାଧିକ ପଏଣ୍ଟ ଅର୍ଜନ କରେ ବିଜେତା ହୋଇଥାଏ। ଏକକ, ଯୁଗଳ ଏବଂ ମିଶ୍ରିତ ଯୁଗଳ ଖେଳାଯାଏ। ଷଷ୍ଠ ଶତାବ୍ଦୀରୁ ପ୍ରାଚୀନ ଗ୍ରିକ୍‌ରୁ ଆରମ୍ଭ ହୋଇଥିବା ଏହି ଖେଳ ୧୯୫୯ ମସିହାରୁ ବିଶ୍ବ ପ୍ରତିଯୋଗିତା ଆୟୋଜନ କରି ଆସୁଛି। ଗତ ଥର ୫୨ ଦେଶ ଏଥିରେ ଭାଗ ନେଇଥିଲେ। ଅଲିମ୍ପିକ୍ସରେ ସାମିଲ ପାଇଁ ମଧ୍ୟ ୧୯୮୫ ମସିହାରୁ ସଂଗ୍ରାମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe