ରଣଜୀ ଟ୍ରଫି ୨୦୧୯-୨୦: ମୁମ୍ବାଇ ବନାମ କର୍ଣ୍ଣାଟକ ମ୍ୟାଚ ଚାଲିଥିବା ସମୟରେ ପଡ଼ିଆ ଭିତରକୁ ପଶି ଆସିଲା ଦୁଇଟି ସାପ

Advertisment
ରଣଜୀ ଟ୍ରଫି ୨୦୧୯-୨୦: ମୁମ୍ବାଇ ବନାମ କର୍ଣ୍ଣାଟକ ମ୍ୟାଚ ଚାଲିଥିବା ସମୟରେ ପଡ଼ିଆ ଭିତରକୁ ପଶି ଆସିଲା ଦୁଇଟି ସାପ

Hindustan Times

ନୂଆଦିଲ୍ଲୀ: ଆସାମର ଗୁଆହାଟି ଠାରେ ଗତକାଲି ସନ୍ଧ୍ୟାରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳା ଯିବାର ଥିଲା। କିନ୍ତୁ ଝିପିଝିପି ବର୍ଷା ଲାଗି ରହିବାରୁ ବହୁ ପ୍ରତୀକ୍ଷିତ ପ୍ରଥମ ଟି-୨୦ମ୍ୟାଚ୍‌କୁ ବାତିଲ କରି ଦିଆଯାଇଥିଲା। ସେହିପରି ଜାନୁଆରି ୫ ତାରିଖରେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍‌ଲେକ୍ସରେ ଖେଳା ଯିବାକୁ ଥିବା ରଣଜୀ ଟ୍ରଫି ମ୍ୟାଚକୁ ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ପାଇଁ କିଛି ସମୟ ଅଟକାଇବାକୁ ପଡ଼ିଥିଲା।

Image result for 2 snakes interrupt Mumbai vs Karnataka Ranji Trophy match MyKhel Telugu

ପଡ଼ିଆରେ ମୁମ୍ବାଇ ଓ କର୍ଣ୍ଣାଟକ ଟିମ୍‌ ମଧ୍ୟରେ ରଣଜୀ ଟ୍ରଫିର ଖେଳ ଚାଲୁଥିଲା। ଏହି ସମୟରେ ଖେଳକୁ ହଠାତ ଅଟକାଇବାକୁ ପଡ଼ିଥିଲା। ତେବେ ମ୍ୟାଚକୁ ଅଟକାଇବା ପଛର କାରଣ ବର୍ଷା କିମ୍ବା ଅନ୍ୟ କୌଣସି କାରଣ ନୁହେଁ। ବରଂ ପଡ଼ିଆ ଭିତରକୁ ହଠାତ ଗୋଟିଏ ନୁହେଁ ଏକା ସାଙ୍ଗରେ ଦୁଇଟି ସାପ ପଶି ଆସିବାରୁ ଖେଳକୁ ଅଧାରୁ ଅଟକାଇବାକୁ ପଡ଼ିଥିଲା। ଦୁଇଟି ସାପକୁ ପଡ଼ିଆ ଭିତରୁ ଗ୍ରାଉଣ୍ଡ ଷ୍ଟାଫ୍‌ ବାହାରକୁ ବାହାର କରିଥିଲେ।

ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ବି ରଣଜୀ ଟ୍ରଫି ଖେଳ ସମୟରେ ଏମିତି ଏକ ଘଟଣା ଦୃଷ୍ଟିଗୋଚର ହୋଇଥିଲା। ଆନ୍ଧ୍ରା ଓ ବିଦର୍ଭ ମଧ୍ୟରେ ଖେଳ ଆରମ୍ଭ ହେବାକୁ ଥିବା ବେଳେ ହଠାତ ପଡ଼ିଆ ଭିତରକୁ ଗୋଟିଏ ସାପ ପଶି ଆସିଥିଲା। ଯେଉଁଥିପାଇଁ ଖେଳ ଆରମ୍ଭ ହେବା ପାଇଁ ନିଶ୍ଚିତ ହୋଇଥିବା ସମୟ ଠାରୁ ବିଳମ୍ବରେ ଆରମ୍ଭ ହୋଇଥିଲା।

Image result for 2 snakes interrupt Mumbai vs Karnataka Ranji Trophy match India TV

ଉଲ୍ଲେଖଯୋଗ୍ୟ କି, ବାରସପରା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଗତକାଲି ଆର୍ଥାତ ଡିସେମ୍ବର ୫ ତାରିଖରେ ଭାରତ ବନାମ୍‌ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ୨୦୨୦ର ପ୍ରଥମ ମ୍ୟାଚ୍‌ ପାଇଁ ବହୁ ସମୟ ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲେ ମଧ୍ୟ ବର୍ଷା ଲାଗି ରହିବାରୁ ଗୋଟିଏ ବି ବଲ ଖେଳାଯାଇ ପାରି ନାହିଁ। ଏହା ପୂର୍ବରୁ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମ୍ୟାଚ୍‌ ବାତିଲ ହୋଇଯିବା ପରେ ଦର୍ଶକ ଓ ପ୍ରଶଂସକ ମନଦୁଃଖରେ ଘରକୁ ଫେରିଥିଲେ। ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍‌ ଚଳିତ ମାସ ୭ ତାରିଖରେ ଇନ୍ଦୋର ଓ ଅନ୍ତିମ ତଥା ଶେଷ ମୁକାବିଲା ୧୦ ତାରିଖରେ ପୁନେ ଠାରେ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe