ଭିଡିଓ ପୋଷ୍ଟ୍ କରି ଭାରତୀୟ ଦଳକୁ ଏଭଳି ଧମକ ଦେଲେ ସୋଏବ

ଭିଡିଓ ପୋଷ୍ଟ୍ କରି ଭାରତୀୟ ଦଳକୁ ଏଭଳି ଧମକ ଦେଲେ ସୋଏବ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ରେ ରବିବାର ଦିନ ପାକିସ୍ତାନ କ୍ରିକେଟ ଦଳର ଭାଗ୍ୟ ସେତେବେଳେ ଖୋଲି ଯାଇଥିଲା ଯେତେବେଳେ ନେଦରଲ୍ୟାଣ୍ଡ ଭଳି ଏକ ଦୁର୍ବଳ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସେମିଫାଇନାଲ ଦୌଡରୁ ବାହାର କରି ଦେଇଥିଲା। ସେମିଫାଇନାଲ ଦୌଡ଼ରୁ ଦକ୍ଷିଣ ଆଫ୍ରିକା ବାହାରିବା ପରେ ପାକିସ୍ତାନ ପାଇଁ ରାସ୍ତା ସଫା ହୋଇଯାଇଥିଲା। ପାକ୍ ବାଂଲାଦେଶକୁ ଶେଷ ଗ୍ରୁପ ମ୍ୟାଚରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା।

ଟି -୨୦ ବିଶ୍ୱକପ ୨୦୨୨ରେ ହଠାତ ପାକିସ୍ତାନକୁ ଜୀବନ ମିଳିବା ଭଳି ପରିସ୍ଥିତି ଆସିବା ପରେ ପୂର୍ବତନ  ଦ୍ରୁତ ବୋଲର ସୋଏବ ଅଖତର ଭାରତୀୟ ଦଳକୁ ଧମକ ଦେଇଛନ୍ତି।

ସୋଏବ ଅଖତର ଏକ ଭିଡିଓ ପୋଷ୍ଟ କରି ଭାରତୀୟ କ୍ରିକେଟ୍ ଦଳ ସଂପର୍କରେ ନିଜର ଏକ ବିବୃତି ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଖେଳୁଥିବା ଭାରତୀୟ ଦଳକୁ ସୋଏବ ଅଖତର ଧମକ ଦେଇ କହିଛନ୍ତି ଯେ, ‘ଆମକୁ ପୁଣି ଥରେ ଭେଟିବାକୁ ପଡ଼ିବ।’ ସୋଏବଙ୍କ ଇଶାରାରୁ ଜଣାପଡ଼ୁଛି କି  ଟି -୨୦ ବିଶ୍ୱକପ ୨୦୨୨ର ଫାଇନାଲରେ ଭାରତ ଏବଂ ପାକିସ୍ତାନର ଦଳ ପୁଣି ଥରେ ଭେଟାଭେଟି ହେବାକୁ ଯାଉଛନ୍ତି ବୋଲି ସେ ଭାବୁଛନ୍ତି। ଏଥିସହ  ସୋଏବ  ପୁଣି କହିଛନ୍ତି, ‘ହଁ, ତୁମେ କହୁଥିଲ ଯେ ଆମେ ବାହାରି ଗଲୁ, ବର୍ତ୍ତମାନ ତୁମେ ରହିଯାଅ, ଏବେ ତୁମ ସହ ପୁଣି ଦେଖାହେବ ଆମର।’

ପୁଣି ଏହି ଟି-୨୦ ବିଶ୍ବକପରେ କୌଣସି ବି ଦଳ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରିନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ସୋଏବ। ସେ କହିଛନ୍ତି ଅଷ୍ଟ୍ରେଲିଆ ବାହାରି ଗଲା, ଦକ୍ଷିଣ ଆଫ୍ରିକା ବି ଗଲା। ଇଂଲଣ୍ଡ ଦଳର ପ୍ରଦର୍ଶନ ବି ଭଲ ନାହିଁ। ପାକିସ୍ତାନ ମଧ୍ୟ ଭଲ ଖେଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe