୨୦ ବର୍ଷର କୀର୍ତିମାନ ଭାଙ୍ଗିଲେ କୋଲ୍‌ମ୍ୟାନ୍‌

Advertisment
୨୦ ବର୍ଷର କୀର୍ତିମାନ ଭାଙ୍ଗିଲେ କୋଲ୍‌ମ୍ୟାନ୍‌

ଅଲ୍‌ବୁକ୍ୟୁଦକ୍ୟୁ (ନ୍ୟୁ ମେକ୍ସିକୋ): ଆମେରିକା ଧାବକ କ୍ରିଷ୍ଟିଆନ୍‌ କୋଲ୍‌ମ୍ୟାନ୍‌ ୬୦ ମିଟର ଦୌଡ଼ରେ ୨୦ ବର୍ଷର କୀର୍ତିମାନକୁ ଭାଙ୍ଗିଛନ୍ତି। ବିଶ୍ୱ ରୌପ୍ୟ ବିଜେତା କୋଲ୍‌ମ୍ୟାନ୍‌ ରବିବାର ନ୍ୟୁ ମେକ୍ସିକୋର ଅଲ୍‌ବୁକ୍ୟୁଦକ୍ୟୁ ଆୟୋଜିତ ୟୁଏସ୍‌ ଇଣ୍ଡୋର ଜାତୀୟ ପ୍ରତିଯୋଗିତାର ୬.୩୪ ସେକେଣ୍ଡ୍‌ ସମୟ ନେଇ ଏହି ନୂଆ ବିଶ୍ୱକୀର୍ତିମାନ କରିବା ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦ ବର୍ଷ ତଳେ ଆମେରିକାର ମୌରାଇସ୍‌ ଗ୍ରିନେ (୬.୩୯ ସେକେଣ୍ଡ୍‌) ଏହି କୀର୍ତିମାନ କରିଥିଲେ। ୨୧ ବର୍ଷୀୟା କୋଲ୍‌ମ୍ୟାନ୍‌ ଗତବର୍ଷ ଲଣ୍ଡନ୍‌ରେ ଅନୁଷ୍ଠିତ ବିଶ୍ୱ ପ୍ରତିଯୋଗିତାର ୧୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe