ଟି-୨୦ ରେ ୨୦୦୦ ରନ୍‌: କୋହଲିଙ୍କ ପରେ ଫିଞ୍ଚ୍‌ ଦ୍ବିତୀୟ ଦ୍ରୁତତମ

Advertisment
ଟି-୨୦ ରେ ୨୦୦୦ ରନ୍‌: କୋହଲିଙ୍କ ପରେ ଫିଞ୍ଚ୍‌ ଦ୍ବିତୀୟ ଦ୍ରୁତତମ

ABC

ଲଣ୍ଡନ୍ : ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ୍‌ ଶୁକ୍ରବାର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୨୦୦୦ ରନ୍ ପୂର୍ଣ୍ଣ କରିଛନ୍ତି। ଏହି ମାଇଲଖୁଣ୍ଟ୍ ଛୁଇଁବାରେ ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପରେ ଦ୍ବିତୀୟ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। ବିରାଟ ମାତ୍ର ୫୬ ପାଳିରୁ ୨୦୦୦ ରନ୍ ପୂର୍ଣ୍ଣ କରିଥିବା ବେଳେ ଫିଞ୍ଚ୍‌ ଏଥିପାଇଁ ୬୨ ପାଳିର ସହାୟତା ନେଇଛନ୍ତି। ଶୁକ୍ରବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ବେଳେ ଫିଞ୍ଚ୍‌ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ମୋଟ ଉପରେ ଫିଞ୍ଚ୍‌ କିନ୍ତୁ ଦଶମ ବ୍ୟାଟ୍ସମ୍ୟାନ୍ ଭାବେ ୨୦୦୦ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ରନ୍ କ୍ଲବ୍‌ରେ ସାମିଲ ହୋଇଛନ୍ତି। ବିରାଟ କୋହଲି, ରୋହିତ ଶର୍ମା‌, ଇଅନ୍ ମୋର୍ଗାନ୍‌ ଏବଂ ଡେଭିଡ୍‌ ୱାର୍ନର ପ୍ରମୁଖ ବିଶ୍ବର ନାମି ବ୍ୟାଟ୍‌ସମ୍ୟାନ୍‌ ଏହି ତାଲିକାରେ ରହିଛନ୍ତି। ଶୁକ୍ରବାର ଫିଞ୍ଚ୍‌ ୩୨ ବଲ୍‌ରୁ ୪୬ ରନ୍ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ମାତ୍ର ୨ ରନ୍ ବ୍ୟବଧାନରେ ହାରିଯାଇଥିଲା।

ପ୍ରଥମ ଥର ଇଂଲଣ୍ଡରେ ଦୁର୍ବ୍ୟବହାର ପାଇଲିନି: ୱାର୍ନର
ଲଣ୍ଡନ୍‌ : ପ୍ରତି ଥର ଇଂଲଣ୍ଡ ଗସ୍ତରେ ଦର୍ଶକଙ୍କ ଦୁର୍ବ୍ୟବହାରର ଶିକାର ହେଉଥିବା ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଡେଭିଡ୍ ୱାର୍ନର ଶୁକ୍ରବାର ପ୍ରଥମ ଟି-୨୦ ବେଳେ ସେଭଳି କୌଣସି ପରିସ୍ଥିତିର ସମ୍ମୁଖୀନ ହୋଇନଥିଲେ। କୋଭିଡ୍‌-୧୯ ମହାମାରୀ କାରଣରୁ ଦର୍ଶକବିହୀନ କ୍ରିକେଟ୍ ଖେଳାଯାଉଥିବାରୁ ସେ ଏଭଳି ଅପ୍ରୀତିକର ପରିସ୍ଥିତିଠାରୁ ଦୂରେଇ ରହିଥିଲେ। ‘ପ୍ରଥମ ଥର ପାଇଁ ମୁଁ ଇଂଲଣ୍ଡରେ ଦୁର୍ବ୍ୟବହାରର ଶିକାର ହେଲି ନାହିଁ, ଏହା ଭଲ କଥା’ ବୋଲି ୱାର୍ନର ମ୍ୟାଚ୍‌ ପରେ ପ୍ରକାଶ କରିଛନ୍ତି। ଘରେ ଏବଂ ବାହାରେ ଖେଳିବାକୁ ଆମେ ଭଲ ପାଉ। ଏବେ ଘରେ ଫାଇଦା ଓ ବାହାରେ ବି ଫାଇଦା ବୋଲି ମଧ୍ୟ ୱାର୍ନର ମତ ଦେଇଥିଲେ। ସୂଚନାଯୋଗ୍ୟ, ୨୦୧୩ ମସିହାରେ ବର୍ମିଂହାମର ଏକ ବାରରେ ‌ଜୋ ରୁଟଙ୍କୁ ମୁଥ ମାରିବା ପରଠାରୁ ୱାର୍ନରଙ୍କୁ ଇଂଲିସ୍ ପ୍ରଶଂସକ ପ୍ରତି ଗସ୍ତ ବେଳେ ଚିଡ଼ାଇ ଆସିଥା’ନ୍ତି। ୨୦୧୮ରେ ଦକ୍ଷିଣ ଆଫ୍ରିକାରେ ବଲ୍ ବିକୃତ ଘଟଣାରେ ଧରାପଡ଼ି ବର୍ଷକ ପାଇଁ ନିଲମ୍ବିତ ହେବା ପରେ ମଧ୍ୟ ସମାଲୋଚିତ ହୋଇଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe