୨୦୧୧ ବିଶ୍ବକପ୍ ଫାଇନାଲ୍, ସଚିନ ଓ ବୀରୁ ବଦଳାଇ ଦେଇଥିଲେ ରଣନୀତି

Advertisment
୨୦୧୧ ବିଶ୍ବକପ୍ ଫାଇନାଲ୍, ସଚିନ ଓ ବୀରୁ ବଦଳାଇ ଦେଇଥିଲେ ରଣନୀତି

Kultejas News

ମୁମ୍ବାଇ: ୨୦୧୧ ମସିହା ଏକଦିବସୀୟ କ୍ରିକେଟ୍‌ ବିଶ୍ବକପ୍ ଫାଇନାଲରେ ଭାରତର ତତ୍‌କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚମତ୍କାର ଫର୍ମରେ ଥିବା ଯୁବରାଜ ସିଂହଙ୍କ ଆଗରୁ ବ୍ୟାଟିଂ କରିବାକୁ ଆସିବା ନେଇ ଅନେକ ଚର୍ଚା ହୋଇଥିଲା। ଏହାର ନାନା କାରଣ ପଦାକୁ ଆସିଥିଲା। ହେଲେ ଯୁବିଙ୍କ ଆଗରୁ ‌ବ୍ୟାଟିଂ କରିବାକୁ ଯିବାକୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ହିଁ ଧୋନିଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗଙ୍କର ମଧ୍ୟ କିଛିଟା ହାତ ଥିଲା। ସଚିନ-ବୀରୁଙ୍କଠାରୁ ପରାମର୍ଶ ପାଇବା ପରେ ଧୋନି ଏଥିନେଇ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନଙ୍କ ସହ ଆଲୋଚନା କରିଥିଲେ। କର୍ଷ୍ଟେନ୍ ସବୁଜ ସଙ୍କେତ ଦେବା ପରେ ସେ ପଡ଼ିଆକୁ ଓହ୍ଲାଇବା ସହ ୯୧ ରନ୍‌ର ଅପରାଜିତ ପାଳି ଖେଳି ଭାରତକୁ ଦ୍ବିତୀୟବାର ବିଶ୍ବକପ୍ ବିଜୟୀ କରାଇଥିଲେ। ଧୋନି ଛକା ମାରି ଭାରତ ବିଜୟରେ ମୁଣ୍ଡି ମାରିବାର ଭିଡିଓ ଆଜି ବି ସାମାଜିକ ଗଣାମଧ୍ୟମରେ ବେଶ୍ ଲୋକପ୍ରିୟ। ଏହି ନୂଆ ଯୋଜନା ଉପରୁ ପରଦା ଉଠାଇ ସଚିନ କହିଛନ୍ତି, ''ଗମ୍ଭୀର ଓ କୋହଲିଙ୍କ ଭାଗୀଦାରି ଆଗେଇ ଚାଲିଥିଲା। ଏଭଳି ସ୍ଥିତିରେ ମୁଁ ବୀରୁକୁ କହିଥିଲି ଯେ ଯଦି ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୁଅନ୍ତି, ତାହାଲେ ଯୁବରାଜ ଏବଂ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେଲେ ଧୋନି କ୍ରିଜ୍‌କୁ ଯିବା ଦାରକାର। ଯୁବି ବହୁତ ଭଲ ଫର୍ମରେ ଥିଲେ। ହେଲେ ଶ୍ରୀଲଙ୍କା ପାଖରେ ଦୁଇ ଜଣ ବିଶ୍ବସ୍ତରୀୟ ଅଫ୍‌ସ୍ପିନର ଥିଲେ। ବାଁ-ଡାହାଣ ରଣନୀତି ଜାରି ରହିବା ଦରକାର ବୋଲି ତୁ ଯାଇ ଏହି ବିଷୟ ଧୋନିକୁ କହ। ମୁଁ ଏଠାରୁ କୁଆଡ଼େ ହଲିବିନି। ଠିକ୍ ସେହି ସମୟରେ ଧୋନି ଡ୍ରେସିଂ ରୁମ୍ ଆସିଥିଲେ। ପଛେ ପଛେ ଗ୍ୟାରି ବି ପହଞ୍ଚିଥିଲେ। ଧୋନିଙ୍କୁ ଏହି ଯୋଜନା ବିଷୟର ଜଣାଇବା ପରେ ସେ ଗ୍ୟାରିଙ୍କ ମତ ଲୋଡ଼ିଥିଲେ। ଗ୍ୟାରି ମଧ୍ୟ ଏଥିରେ ସହମତ ହୋଇଥିଲେ। ଶ୍ରୀଲଙ୍କା ଏହି ଯୋଜନାରେ ହତବାକ୍ ହୋଇ ଯାଇଥିଲା ଏବଂ ଧୋନି ଆମକୁ ମ୍ୟାଚ୍ ଜିତାଇ ଦେଇଥିଲେ।'' ଏହି ଯୋଜନା ବେଶ୍ ଫଳପ୍ରଦ ହୋଇଥିଲା ବୋଲି ସେହବାଗ ମଧ୍ୟ ସ୍ବୀକାର କରିଥିଲେ। ସେ କହିଥିଲେ ''ବାଁ-ଡାହାଣ ଯୋଜନା ପାଇଁ ଶ୍ରୀଲଙ୍କା ଅଡ଼ୁଆରେ ପଡ଼ିଥିଲା। ଆମେ ମ୍ୟାଚ୍ ଜିତିବାରେ କୌଣସି ଅସୁବିଧା ହୋଇ ନଥିଲା।''

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe