୨୦୧୫ ବିଶ୍ବକପ୍‌ରେ ପାକିସ୍ତାନୀ ପ୍ରଶଂସକ, ମୋତେ ପରିହାସ କରିଥିଲେ: ଧାୱନ୍‌

Advertisment
୨୦୧୫ ବିଶ୍ବକପ୍‌ରେ ପାକିସ୍ତାନୀ ପ୍ରଶଂସକ, ମୋତେ ପରିହାସ କରିଥିଲେ: ଧାୱନ୍‌

Image Credit : BCCI

ନୂଆଦିଲ୍ଲୀ: ପୁରୁଣା ସ୍ମୃତିକୁ ମନେପକାଇ ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନ୍‌ ଶୁକ୍ରବାର କହିଛନ୍ତି ଯେ ୨୦୧୫ ବିଶ୍ବକପ୍‌ରେ ପାକିସ୍ତାନ ପ୍ରଶଂସକମାନେ ତାଙ୍କୁ ପରିହାସ କରିଥିଲେ। ଏହି ବିଶ୍ବକପ୍‌ ପୂର୍ବରୁ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ଧାୱନ୍‌ ଭଲ ପ୍ରଦର୍ଶନ କରି ନଥିଲେ। ୩ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାରେ ସେ ମାତ୍ର ୭୩ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ସେ ବିଶ୍ବକପ୍‌ ଖେଳିଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ କିଭଳି ପରିହାସର ଶିକାର ହୋଇଥିଲେ ସେହି ପୁରୁଣା ସ୍ମୃତିକୁ ଧାୱନ୍‌ ଶୁକ୍ରବାର ମନେପକାଇଛନ୍ତି। ଆଡିଲେଡ୍‌ରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍‌ କଥା ମୋର ଏବେ ବି ମନେଅଛି। ଏହା ଏକ ଭିନ୍ନ ଅନୁଭବ ଥିଲା। ପଡ଼ିଆର ପରିବେଶ ଏପରି ଥିଲା ଯେ ମୁଁ ପ୍ରବେଶ କରୁକରୁ ଚାପ ଅନୁଭବ କରିଥିଲି। ଏହି ସମୟରେ ମୋର ଫର୍ମ ସେତେଟା ଭଲ ନଥିଲା ଏବଂ ବିଶ୍ୱକପ ପୂର୍ବରୁ ମୁଁ ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଭଲ ଖେଳି ନଥିଲି ବୋଲି ସେ କହିଛନ୍ତି।

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଆମର ପାକିସ୍ତାନ ବିପକ୍ଷରେ ଥିଲା। ମୁଁ ବ୍ୟାଟିଂ କରିବାକୁ ଗଲା ‌ବେଳେ ପାକିସ୍ତାନ ପ୍ରଶଂସକମାନେ ପାଟି କରି କହୁଥିଲେ, ‘ତୁମେ ତ ୧୫ ରନ୍‌ରେ ଆଉଟ୍‌ ହୋଇଯିବୁ’ମୁଁ ମନେମନେ ଭାବିଲି ଠିକ୍‌ ଅଛି। ତା’ପରେ ମୁଁ ୭୩ ରନ୍ କରି ପ୍ୟାଭିଲିୟନ ଫେରିଥିଲି। ‌ଏହା ପରେ ଯେଉଁମାନେ ମୋତେ ପରିହାସ କରିଥିଲେ ସେମାନେ କରତାଳି ଦେଇ ସ୍ବାଗତ ଜଣାଇଥି‌ଲେ ବୋଲି ଧାୱନ୍‌ କହିଛନ୍ତି। ଭାରତୀୟ ପ୍ରଶଂସକମାନେ ସର୍ବଦା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ବେଳେ ଅଧିକ ଆଶା ରଖିଥା’ନ୍ତି। ଆଇସିସି ପ୍ରତିଯୋଗିତାରେ ପାକିସ୍ତାନକୁ ଭାରତ ହରାଉ ବୋଲି ଚାହିଁଥାନ୍ତି। ଷ୍ଟାଣ୍ଡରେ ବସି ପରସ୍ପରକୁ ଥଟ୍ଟା କରିଥା’ନ୍ତି ବୋଲି ୩୪ ବର୍ଷୀୟ ଧାୱନ କହିଛନ୍ତି। ଭାରତ ଏହି ମ୍ୟାଚ୍‌ରେ ପାକିସ୍ତାନ ସମ୍ମୁଖରେ ୩୦୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଭାରତୀୟ ବୋଲିଂକୁ ସମ୍ନା କରି ନପାରି ପାକିସ୍ତାନ ଦଳ ମାତ୍ର ୨୨୪ ରନ୍‌ କରି ପରାଜୟ ବରଣ କରିଥିଲା। ଶତକ ହାସଲ କରିଥିବା ବିରାଟ କୋହଲି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe