ଭାରତ ଖେଳିବ ୬୩ ଅନ୍ତର୍ଜାତୀୟ ମ୍ୟାଚ୍‌

Advertisment

୨୦୧୮-୧୯ କ୍ରିକେଟ୍‌ କ୍ୟାଲେଣ୍ଡର

୨୦୧୮-୧୯ କ୍ରିକେଟ୍‌ କ୍ୟାଲେଣ୍ଡର

ଆଡିଲେଡ୍‌ରେ ଭାରତ ପାଇଁ ଲିଅନ୍‌ ବିପଦ

Rohit Sharma Captain of India with teammates during the Practice session before the second International T20 match (T20i) held at the the Holkar Cricket Stadium, Indore between India and Sri Lanka on the 22nd December 2017 Photo by Deepak Malik / BCCI / Sportzpics

ନୂଆଦିଲ୍ଲୀ: ଆସନ୍ତାବର୍ଷର ୫୦ ଓଭରିଆ ବିଶ୍ୱକପ୍‌କୁ ଆଖି ଆଗରେ ରଖି ୨୦୧୮-୧୯ କ୍ରିକେଟ୍‌ କ୍ୟାଲେଣ୍ଡରରେ ଭାରତ ମୋଟ ୬୩ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। ସେଥିମଧ୍ୟରେ ରହିଛି ୩୦ ଅନ୍ତର୍ଜାତୀୟ ଦିନିକିଆ ମୁକାବିଲା। ତା’ ଛଡ଼ା ଭାରତୀୟ କ୍ରିକେଟ୍‌ ଦଳ ଏହି ସମୟ ମଧ୍ୟରେ ୧୨ ଟେଷ୍ଟ ଏବଂ ୨୧ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଲାଗି ପଡ଼ିଆକୁ ଓହ୍ଲାଇବ। କୋହଲି ବାହିନୀର ଚଳିତ ଋତୁ (୨୦୧୭-୧୮) ଶ୍ରୀଲଙ୍କାରେ ଖେଳା ଯିବାକୁ ଥିବା ନିଦାଶ ତ୍ରି-ରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ଶେଷ ହେବ। ଏହି ଶୃଙ୍ଖଳାରେ ଭାରତ ଏବଂ ଶ୍ରୀଲଙ୍କା ସହ ବାଂଲାଦେଶ ତୃତୀୟ ଦଳ ଭାବେ ଖେଳିବ। ଭାରତୀୟ କ୍ରିକେଟ୍‌ ଋତୁ ଏପ୍ରିଲ ମାସରୁ ଆଇପିଏଲ୍‌ରୁ ଆରମ୍ଭ ହେବ। ହେଲେ ଜାତୀୟ ଦଳ ତା’ର ଅଭିଯାନ ଜୁନ୍‌ ମାସରୁ ଆରମ୍ଭ କରିବ। ଆଗାମୀ ଋତୁର ପ୍ରଥମ ଶୃଙ୍ଖଳା ଆୟର୍ଲାଣ୍ଡ ବିପକ୍ଷ ଦୁଇ ଟିକିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳାରୁ ଆରମ୍ଭ ହେବ। ସେହିମାସରେ ଭାରତ ବେଙ୍ଗାଲୁରୁରେ ଆଫଗାନିସ୍ତାନ ବିପକ୍ଷରେ ଗୋଟିଏ ଟେଷ୍ଟ ଖେଳିବ। ଆଫଗାନିସ୍ତାନ କ୍ରିକେଟ୍‌ ଦଳର ଏହା ପ୍ରଥମ ଟେଷ୍ଟ ମ୍ୟାଚ୍‌ ହେବ। ଏହା ପରେ ଭାରତୀୟ କ୍ରିକେଟ୍‌ ଦଳ ଅଢ଼ଇ ମାସ ପାଇଁ ଇଂଲଣ୍ଡ ଗସ୍ତରେ ଯିବ। ଜୁଲାଇରୁ ଆରମ୍ଭ ହୋଇ ଏଡି ଗସ୍ତ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ସେହି ଗସ୍ତରେ ଭାରତ ୫ ଟେଷ୍ଟ, ୩ ଦିନିକିଆ ଏବଂ ୩ ଟେ୍ଵଣ୍ଟି-୨୦ ଖେଳିବ। ଏସିଆ କପ୍‌ର ୯ ମ୍ୟାଚ୍‌ ଭାରତୀୟ କ୍ରିକେଟ୍‌ ଦଳର ପରବର୍ତୀ ଅହ୍ଵାନ ହେବ। ଜାତୀୟ ଦଳର ଘରୋଇ ଅଭିଯାନ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ଦୁଇ ଟିକିଆ ଶୃଙ୍ଖଳାରୁ ଆରମ୍ଭ ହେବ। ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ପରିବେଶରେ ୪ ଟେଷ୍ଟ, ୩ ଟେ୍ଵଣ୍ଟି-୨୦ ଏବଂ ୩ ଦିନିକିଆ ଖେଳାଯିବ। ଏହି ଶୃଙ୍ଖଳା ନଭେମ୍ବର-ଡିସେମ୍ବରରେ ଆୟୋଜିତ ହେବ। ଜାନୁଆରି ଫେବ୍ରୁଆରିରେ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଭାରତ ୫ ଦିନିକିଆ ଏବଂ ୫ ଟେ୍ଵଣ୍ଟି-୨୦ ଖେଳିବ। ଜିମ୍ବାେଓ୍ଵ ୩ ମ୍ୟାଚ୍‌ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ପାଇଁ ଭାରତ ଆସିବା ସହ ୨୦୧୮-୧୯ କ୍ୟାଲେଣ୍ଡର ଶେଷ ହେବ।

ଜୁନ୍‌ ୨୦୧୮: ବନାମ ଆୟର୍ଲାଣ୍ଡ (୨ ଟେ୍ଵଣ୍ଟି-୨୦, ବହାରେ)। ଜୁନ୍‌ ୨୦୧୮: ବନାମ ଆଫଗାନିସ୍ତାନ (୧ ଟେଷ୍ଟ, ଘରେ)। ଜୁଲାଇ-ସେପ୍ଟେମ୍ବର ୨୦୧୮: ବନାମ ଇଂଲଣ୍ଡ (୫ ଟେଷ୍ଟ, ୩ ଦିନିକିଆ, ୩ ଟେ୍ଵଣ୍ଟି-୨୦, ବାହାରେ)। ସେପ୍ଟେମ୍ବର ୨୦୧୮: ଏସିଆ କପ୍‌ (୯ ଦିନିକିଆ, ସ୍ଥାନ ସ୍ଥିର ହୋଇନି)। ଅକ୍ଟୋବର-ନଭେମ୍ବର ୨୦୧୮: ବନାମ େଓ୍ଵଷ୍ଟଇଣ୍ଡିଜ୍‌ (୨ ଟେଷ୍ଟ, ୫ ଦିନିକିଆ, ୩ ଟେ୍ଵଣ୍ଟି-୨୦, ଘରେ)। ନଭେମ୍ବର-ଡିସେମ୍ବର ୨୦୧୮: ବନାମ ଅଷ୍ଟ୍ରେଲିଆ (୪ ଟେଷ୍ଟ, ୩ ଦିନିକିଆ, ୩ ଟେ୍ଵଣ୍ଟି-୨୦, ବାହାରେ)। ଜାନୁଆରି-ଫେବ୍ରୁଆରି ୨୦୧୯: ବନାମ ନ୍ୟୁଜିଲାଣ୍ଡ (୫ ଦିନିକିଆ, ୫ ଟେ୍ଵଣ୍ଟି-୨୦, ବାହାରେ)। ଫେବ୍ରୁଆରି-ମାର୍ଚ ୨୦୧୯: ବନାମ ଅଷ୍ଟ୍ରେଲିଆ (୫ ଦିନିକିଆ, ୨ ଟେ୍ଵଣ୍ଟି-୨୦, ଘରେ)। ମାର୍ଚ ୨୦୧୯: ବନାମ ଜିମ୍ବାେଓ୍ଵ (୩ ଟେ୍ଵଣ୍ଟି-୨୦, ଘରେ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe