୨୦୧୯ର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଖେଳାଳି : ବ୍ୟାଟିଂରେ ଷ୍ଟର୍ଲିଂ, ବୋଲିଂରେ ସନ୍ଦୀପ

Advertisment
୨୦୧୯ର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଖେଳାଳି : ବ୍ୟାଟିଂରେ ଷ୍ଟର୍ଲିଂ, ବୋଲିଂରେ ସନ୍ଦୀପ

twitter.com

ନୂଆଦିଲ୍ଲୀ : ୨୦୧୯ ବର୍ଷ ଆଜି ବିଦାୟ ନେଉଛି। ହେଲେ ଏହି ବର୍ଷ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଆୟର୍ଲାଣ୍ଡର ବ୍ୟାଟ୍ସମ୍ୟାନ ପଲ୍ ଷ୍ଟର୍ଲିଂ ଏବଂ ନେପାଳି ସ୍ପିନର୍ ସନ୍ଦୀପ ଲାମିସାନେ ସର୍ବାଧିକ ସଫଳ ଖେଳାଳିର ମାନ୍ୟତା ପାଇଛନ୍ତି। ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ ଷ୍ଟର୍ଲିଂ ଚଳିତ ବର୍ଷ ୨୦ ମ୍ୟାଚ୍‌ରୁ ୪୧.୫୫ ହାରରେ ୭୪୮ ରନ୍ କରି ଶୀର୍ଷରେ ଥିବା ବେଳେ ତାଙ୍କ ପଛକୁ ସାଥୀ ଖେଳାଳି କେଭିନ୍ ଓ’ବ୍ରାୟନ ୨୩ ମ୍ୟାଚ୍‌ରୁ ୩୧.୬୯ ହାରରେ ୭୨୯ ରନ୍ କରି ଦ୍ବିତୀୟରେ ରହିଛନ୍ତି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୧୦ ମ୍ୟାଚ୍ ଖେଳି ୭୭.୬୬ ହାରରେ ୪୬୬ ରନ୍ କରି ନବମ ସ୍ଥାନରେ ରହିଛନ୍ତି।

ସେହିଭଳି ବୋଲରଙ୍କ ମଧ୍ୟରେ ନେପାଳର ସନ୍ଦୀପ ୧୬ ଟ୍ବେଣ୍ଟି-୨୦ ଖେଳି ୨୮ ଵିକେଟ୍ ଅକ୍ତିଆର କରି ୨୦୧୯ କ୍ୟାଲେଣ୍ଡର ବର୍ଷର ସର୍ବାଗ୍ରେ ରହିଛନ୍ତି। ହଲାଣ୍ଡର ବ୍ରାଣ୍ଡନ୍ ଗ୍ଲୋଭର ଓ ନେପାଳର କରନ୍ କେସି ସମାନ ସଂଖ୍ୟକ ଵିକେଟ୍ ନେଇଥିଲେ ସୁଦ୍ଧା ୧୯ ଲେଖାଏଁ ମ୍ୟାଚ୍ ଖେଳିଥିବାରୁ ଉଭୟ ଦ୍ବିତୀୟରେ ରହିଛନ୍ତି।

ମହିଳା କ୍ରିକେଟ୍ ଖେଳାଳିଙ୍କ ମଧ୍ୟରେ ଥାଇଲାଣ୍ଡର ନର୍‌ୱେମୋଲ୍ ଚାଇଵାଇ ୨୫ ଟ୍ବେଣ୍ଟି-୨୦ ଖେଳି ୨୫.୮୫ ହାରରେ ୫୧୭ ରନ୍ କରି ପ୍ରଥମରେ ଥିବା ବେଳେ ବୋଲିଂରେ ସାଥୀ ଖେଳାଳି ନତାୟା ବୁଚାଥାମ୍ ୨୫ ମ୍ୟାଚ୍‌ରୁ ୪୦ ଵିକେଟ୍ ନେଇ ଶୀର୍ଷରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe