୨୦୧୯ ଭାରତ ପାଇଁ ଶ୍ରେଷ୍ଠ ବର୍ଷ: କୋହଲି

Advertisment

ଶୀର୍ଷରେ ଦଶନ୍ଧି ଶେଷ କଲେ କୋହଲି

ଶୀର୍ଷରେ ଦଶନ୍ଧି ଶେଷ କଲେ କୋହଲି

୨୦୧୯ ଭାରତ ପାଇଁ ଶ୍ରେଷ୍ଠ ବର୍ଷ: କୋହଲି

Cricket Addictor.

ନୂଆଦିଲ୍ଲୀ: ବିଦାୟୀ ଦଶନ୍ଧିରେ ଦିନିକିଆର ସବୁ ମାଇଲ୍‌ଖୁଣ୍ଟକୁ ଶୀର୍ଷରେ ସମାପ୍ତ କରିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି। ଦୀର୍ଘ ୧୦ ବର୍ଷ ମଧ୍ୟରେ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ମ୍ୟାଚ୍ ଖେଳିବାଠୁ ଆରମ୍ଭ କରି ସର୍ବାଧିକ କ୍ୟାଚ୍ ଧରିବା ପର୍ଯ୍ୟନ୍ତ ସବୁଥିରେ ଶୀର୍ଷ ସ୍ଥାନ ଅଧିଗ୍ରହଣ କରିଛନ୍ତି ବିରାଟ। ସେ ସର୍ବାଧିକ ୨୨୭ ମ୍ୟାଚ୍ ଖେଳି ସର୍ବାଧିକ ୧୧,୧୨୫ ରନ୍ କରିବା ସହିତ ସର୍ବାଧିକ ୪୨ ଶତକ କରିଛନ୍ତି। ତା’ ସହିତ ବିରାଟ ସର୍ବାଧିକ ୩୫ଥର ମ୍ୟାଚ୍‌ର ଓ ୭ଥର ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହେବା ସଙ୍ଗେ ସଙ୍ଗେ ସର୍ବାଧିକ (୧୧୭) କ୍ୟାଚ୍ ଧରିବାର କୀର୍ତ୍ତିମାନ ମଧ୍ୟ କରିଛନ୍ତି। ସେହିପରି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଦିନିକିଆ ବ୍ୟାଟିଂ ମାନ୍ୟତାରେ ରନ୍ ମେସିନ୍ କୋହଲି ୮୮୩ ପଏଣ୍ଟ୍‌ ସହ ଶୀର୍ଷରେ ଥିବା ବେଳେ ସାଥୀ ଖେଳାଳି ତଥା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ୮୭୩ ପଏଣ୍ଟ୍‌ ସହ ଦ୍ବିତୀୟରେ ରହି ବର୍ଷ ଶେଷ କରିଛନ୍ତି। ‌େଵଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଶେଷ ଦିନିକିଆରେ କୋହଲି ୮୫ ରନ୍ କରି ଚଳିତ କ୍ୟାଲେଣ୍ଡର୍ ବର୍ଷରେ (ଦିନିକିଆ, ଟେଷ୍ଟ, ଟ୍ବେଣ୍ଟି-୨୦) ସର୍ବାଧିକ ୨୪୫୫ ରନ୍ କରିଥିବା ବେଳେ ୬୩ ରନ୍ କରିଥିବା ରୋହିତ ମୋଟ ୨୪୪୨ ରନ୍ କରି ଦ୍ବିତୀୟରେ ରହିଛନ୍ତି। ଏହି ଅବସରରେ ରୋହିତ ପ୍ରାରମ୍ଭିକ ସିଂହଳୀ ବ୍ୟାଟ୍ସମ୍ୟାନ୍ ସନଥ ଜୟସୂରିଆ (୨୩୮୭ ରନ୍)ଙ୍କ ୨୨ ବର୍ଷ ତଳର ପୁରୁଣା କୀର୍ତ୍ତିମାନକୁ ଅତିକ୍ରମ କରିଛନ୍ତି।

୨୦୧୯ ଭାରତ ପାଇଁ ଶ୍ରେଷ୍ଠ ବର୍ଷ: କୋହଲି
ବାରବାଟୀରେ ଶେଷ ଦିନିକିଆର ଶେଷ ଶୃଙ୍ଖଳା ଜିତିବା ପରେ ୨୦୧୯କୁ ଭାରତ ପାଇଁ ଶ୍ରେଷ୍ଠ ବର୍ଷ ବୋଲି କହିଛନ୍ତି ଅଧିନାୟକ ବିରାଟ କୋହଲି। ଭାରତରେ ଆୟୋଜିତ ଦିନିକିଆ ଶୃଙ୍ଖଳାରେ ଅପରାଜୟ ରହିବା ସାଙ୍ଗକୁ ଦ୍ରୁତ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଭାରତ ପାଇଁ ଶୁଭଙ୍କର ହୋଇଥିଲା। ଦିନିକିଆରେ ୨୧ ଦିନିକିଆ ଖେଳି ଦ୍ରୁତ ବୋଲର୍ ମହମ୍ମଦ ସାମି ସର୍ବାଧିକ ୪୨ ଵିକେଟ୍ ଅକ୍ତିଆର କରିବା ସହିତ ଶୀର୍ଷରେ ବର୍ଷ ଶେଷ କରିଥିଲେ। ୨୦୧୯ ବିଶ୍ବକପ୍‌ ସେମିଫାଇନାଲ୍ ମ୍ୟାଚ୍‌ର କେବଳ ଶେଷ ୩୦ ମିନିଟ୍ ଦଳ ପାଇଁ ଖରାପ ସମୟ ଥିଲା ବୋଲି କୋହଲି କହିଥିଲେ। ତେବେ ଜାନୁଆରି ୫ରୁ ଶ୍ରୀଲଙ୍କା ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଏବଂ ୧୪ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଖେଳିବ ଭାରତ। ଉଭୟ ଶୃଙ୍ଖଳାରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଅଧିନାୟକ କୋହଲି ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe