ୟୁଏସ୍‌ ଓପନ୍‌ : ସେରେନା, ଥିମ୍‌ଙ୍କ ବିଜୟ ଅଭିଯାନ: ଭେନସ୍‌ ବିଦା

Advertisment
ୟୁଏସ୍‌ ଓପନ୍‌ : ସେରେନା, ଥିମ୍‌ଙ୍କ ବିଜୟ ଅଭିଯାନ: ଭେନସ୍‌ ବିଦା

Yahoo! Sports

ଚଳିତ ୟୁଏସ୍‌ ଓପନ୍‌ର ଦ୍ବିତୀୟ ଦିନରେ ଦୁଇ ଥରର ବିଜୟିନୀ ଭେନସ୍‌ ୱିଲିୟମ୍ସ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ବିଂଶ ମାନ୍ୟତାପ୍ରାପ୍ତ ଚେକ୍‌ ଗଣରାଜ୍ୟର କାରୋଲିନା ‌ମୁଚୋଭା ୬-୩, ୭-୬ରେ ଏହି ଆମେରିକୀୟ ତାରକାଙ୍କୁ ହରାଇ ଦେଇଥିଲେ। ଭେନସ୍‌ଙ୍କ ୟୁଏସ୍‌ ଓପନ୍ ପ୍ରଥମ ରାଉଣ୍ଡରୁ ବିଦାୟ ନେବା ଏହା ପ୍ରଥମ ଘଟଣା ହୋଇଛି। ଅନ୍ୟପକ୍ଷରେ ମହିଳା ଏକକରେ ତାଙ୍କ ଭଉଣୀ ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ସେରେନା ୱିଲିୟମ୍ସଙ୍କ ସହ ସୋଫିଆ କେନିନ (ଦ୍ବିତୀୟ), ଜୋହାନା କୋଣ୍ଟା (ନବମ), ଗାର୍ବିନେ ମୁଗୁରୁଜା (ଦଶମ) ଏବଂ ୨୬ ମାନ୍ୟତା ତଥା ୨୦୧୭ ବିଜୟିନୀ ସ୍ଲୋଆନେ ଷ୍ଟିଫେନ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ୩୮ ବର୍ଷୀୟା ସେରେନା ୭-୫, ୬-୩ ସେଟ୍‌ରେ କ୍ରିଷ୍ଟି ଆନ୍‌ଙ୍କୁ ହରାଇ ୨୪ତମ ଗ୍ରାଣ୍ଡ୍ ସ୍ଲାମ୍‌ ବିଜୟ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ଦ୍ବିତୀୟ ରାଉଣ୍ଡରେ ସେ ରୁଷିଆର ମାର୍ଗାରିଟା ଗାସପାରିନଙ୍କୁ ଭେଟିବେ। ଅଷ୍ଟ୍ରେଲିଆ ଓପନ୍‌ ବିଜୟିନୀ ତଥା ଘରୋଇ ପସନ୍ଦର ତାରକା କେନିନ ୬-୨, ୬-୨ ସେଟ୍‌ରେ ବେଲ୍‌ଜିୟମର ୟାନିନା ୱିକମେୟରଙ୍କୁ, ଇଂଲଣ୍ଡର କୋଣ୍ଟା ୭-୬, ୬-୧ ସେଟ୍‌ରେ ନିଜ ଦେଶର ପ୍ରତିଦ୍ବନ୍ଦ୍ବୀ ହିଦର ୱାଟସନ୍‌ଙ୍କୁ, ସ୍ପେନ୍‌ର ମୁଗୁରୁଜା ୬-୪, ୬-୪ ସେଟ୍‌ରେ ଜାପାନ୍‌ର ନାଓ ହି‌ବିନୋଙ୍କୁ ଏବଂ ଆମେରିକାର ଷ୍ଟିଫେନ୍ସ ୬-୩, ୬-୩ ସେଟ୍‌ରେ ରୋମାନିଆର ମିହିଲା ବୁଜାନସ୍କୁଙ୍କୁ ପରାସ୍ତ କରିଥିଲେ। ଅନ୍ୟ ମହିଳା ଖେଳାଳିଙ୍କ ମଧ୍ୟରେ ୨୦୧୭ ଉପବିଜୟିନୀ ମାଡିସନ୍‌ କିଜ୍‌ ୬-୧, ୬-୧ ସେଟ୍‌ରେ ତିମିଆଙ୍କୁ ଏବଂ ୧୬ ମାନ୍ୟତାପ୍ରାପ୍ତ ବେଲ୍‌ଜିୟମର ଏଲିସ ମର୍ତେନ୍ସ ୬-୨, ୬-୨ ସେଟ୍‌ରେ ଆମେରିକାର ଆମନ୍ଦା ଆଂଶି‌ମୋଭାଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି।

ପୁରୁଷ ଏକକରେ ‌ଦ୍ବିତୀୟ ମାନ୍ୟତାପ୍ରାପ୍ତ ଅଷ୍ଟ୍ରିଆର ଥିମ୍‌, ପୂର୍ବତନ ବିଜେତା ଇଂଲଣ୍ଡର ଆଣ୍ଡି ମରେ, ଡାନିଏଲ ମେଦଭେଦଭ (ତୃତୀୟ), ମାତିଓ ବେରେତିନି (ଷଷ୍ଠ) ଏବଂ ରର୍ବଟ ବତିସ୍ତା ଅଗୁଟ (ଅଷ୍ଟମ) ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମରେ ୪-୬, ୪-୬, ୭-୬, ୭-୬, ୬-୪ ସେଟ୍‌ରେ ଜାପାନର ୟୋସିହିତୋଙ୍କୁ, ରୁଷିଆର ମେଦଭେଦଭ ୬-୧, ୬-୨, ୬-୪ ସେଟ୍‌ରେ ଆର୍ଜେଣ୍ଟିନାର ଫେଡରିକୋ ଡେଲବୋନିସଙ୍କୁ, ଇଟାଲିର ବେରେତିନି ୭-୬, ୬-୧, ୬-୪ ସେଟ୍‌ରେ ଜାପାନ୍‌ର ଗୋ ସୋଏଦାଙ୍କୁ ଏବଂ ସ୍ପେନ୍‌ର ଅଗୁଟ ୬-୪, ୬-୪, ୭-୬ ସେଟ୍‌ରେ ଆମେରିକାର ଟେନିସ ସାଣ୍ଡଗ୍ରିନ୍‌ଙ୍କୁ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe