ଭାରତରେ ୨୦୨୧ ଟି-୨୦ ବିଶ୍ବକପ୍‌!

Advertisment
ଆୟର୍ଲାଣ୍ଡ ବିଦା: ସୁପର-୧୨ରେ ନାମିବ୍ୟା, ଶ୍ରୀଲଙ୍କା ଅପରାଜେୟ

DNA India

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ଟି-୨୦ ବିଶ୍ବକପ୍‌କୁ ସୋମବାର ଆଇସିସି ସ୍ଥଗିତ ରଖିଛି। କିନ୍ତୁ ଏହା ଭାରତରେ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଭାରତରେ ପୂର୍ବରୁ ୨୦୨୧ ଆଇସିସି ଟି-୨୦ ବିଶ୍ବକପ୍ ଏବଂ ୨୦୨୩ ଆଇସିସି ୫୦ ଓଭର ବିଶ୍ବକପ୍‌ ଖେଳାଯିବାର ସମ୍ଭାବ୍ୟ ସୂଚୀ ରହିଛି। ୨୦୨୦ ସଂସ୍କରଣକୁ ଯଦି ଭାରତକୁ ୨୦୨୧ ମସିହାରେ କରିବାକୁ ଅଧିକାର ପ୍ରଦାନ କରାଯାଏ ତେବେ ଏହା ଦୁଇଟି ଲଗାତାର ବିଶ୍ବକପ୍ ଆୟୋଜନ ମଧ୍ୟରେ ଗୋଟିଏ ବର୍ଷର ବ୍ୟବଧାନ ପାଇବ।

ଏଭଳି କ୍ଷେତ୍ରରେ ଅଷ୍ଟ୍ରେଲିଆରେ ୨୦୨୨ ଆଇସିସି ଟି-୨୦ ବିଶ୍ବକପ୍‌ ଖେଳାଯାଇପାରିବ। କିନ୍ତୁ ଚଳିତ ବର୍ଷର ସ୍ଥଗିତ ସଂସ୍କରଣ ଆୟୋଜନ ଅଧିକାର ଅଷ୍ଟ୍ରେଲିଆ ଭାରତକୁ ପ୍ରଦାନ କରିବ କି ନାଁ ତାହା ଉପରେ ପ୍ରଶ୍ନ ଉଠିବ। ଅଷ୍ଟ୍ରେଲିଆ କିନ୍ତୁ ୨୦୨୧ ସଂସ୍କରଣ ପାଇଁ ଅନୁରୋଧ କରିଛି ଏବଂ ଭାରତକୁ ୨୦୨୨ କରିବାକୁ ପ୍ରସ୍ତାବ ଦେଇଛି। ସୋମବାରର ଆଇସିସିର ଘୋଷଣା ବେଳେ ଏହି ଦୁଇ ବିଶ୍ବକପ୍‌ର ସ୍ଥାନ ନିରୂପଣ କରାଯାଇନଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe