୨୦୨୨ ଆଇପିଏଲ୍‌ ଭାରତରେ: ସାହା

Advertisment
୨୦୨୨ ଆଇପିଏଲ୍‌ ଭାରତରେ: ସାହା

the news minute

ମୁମ୍ବାଇ, ୨୧ା୧୧: ବିଗତ ଦୁଇ ବର୍ଷ ଧରି ଆଇପିଏଲ୍‌କୁ ୟୁଏଇ ସ୍ଥାନାନ୍ତର କରିବାକୁ ପଡ଼ିଥିବା ବେଳେ ୨୦୨୨ ସଂସ୍କରଣ କିନ୍ତୁ ଭାରତରେ ଖେଳାଯିବ ବୋଲି ଦୃଢ଼ତାର ସହ କହିଛନ୍ତି ବିସିସିଆଇ ସମ୍ପାଦକ ଜୟ ସାହା। ‘ମୁଁ ଜାଣିଛି ସଭିଏଁ ଅପେକ୍ଷା କରିଛନ୍ତି ଚେପକରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମ୍ୟାଚ୍‌କୁ। ଏହି ମୁହୂର୍ତ୍ତ ଆଉ ବେଶୀ ଦୂର ନାହିଁ। ଆଇପିଏଲ୍‌ର ୧୫ତମ ସଂସ୍କରଣ ଭାରତରେ ଖେଳାଯିବ ଏବଂ ଦୁଇ ନୂଆ ଦଳର‌ ଯୋଗଦାନ ଅପେକ୍ଷା‌ରେ ରହିଛୁ। ଖୁବ୍ ଶୀଘ୍ର ମେଗା ନିଲାମ ଅନୁଷ୍ଠିତ ହେବାକୁ ଯାଉଛି’ ବୋଲି ସାହା ପ୍ରକାଶ କରିଥିଲେ। ମହେନ୍ଦ୍ର ସିଂହ ଧୋନି ଥିବା‌ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ କେବେ ହାଲକାରେ ନେଇ ହେବ ନାହିଁ ବୋଲି ମଧ୍ୟ ମତ ଦେଇଥିଲେ।
ଚେନ୍ନାଇରେ ଧୋନିଙ୍କ ଶେଷ ମ୍ୟାଚ୍

୨୦୨୨ରେ ଧୋନିଙ୍କ ଅଂଶଗ୍ରହଣ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା। ସମ୍ପୂର୍ଣ୍ଣ ଋତୁ ସେ ଖେଳାଳି ଭାବେ ନହେଲେ ବି ଦଳ ସହ କୌଣସି ନା କୌଣସି ଭୂମିକାରେ ଯୋଡ଼ି ହେବା ପ୍ରାୟ ନିଶ୍ଚିତ। ଚେନ୍ନାଇରେ ସେ ନିଜ ଶେଷ ମ୍ୟାଚ୍‌ ଖେଳିବେ ବୋଲି ସୂଚନା ଦେଇଛନ୍ତି। ରବିବାର ସିଏସ୍‌କେର ଏକ କାର୍ଯ୍ୟକ୍ରମ ଅବସରରେ ଧୋନି କହିଥିଲେ, ‘ଆଇପିଏଲ୍‌-୨୦୨୨ ପାଇଁ ଢେର ସମୟ ଅଛି, ଏପ୍ରିଲ୍ ମାସରେ ଏହା ଖେଳାଯିବ। ମୁଁ ସର୍ବଦା ମୋ କ୍ରିକେଟ୍‌କୁ ଯୋଜନାରେ ରଖିଥାଏ। ଆପଣ ଜାଣିଛନ୍ତି ମୁଁ ମୋ ଶେଷ ମ୍ୟାଚ୍ (ଦିନିକିଆ) ରାଞ୍ଚିରେ‌ ଖେଳିଥିଲି। ଏହ‌ା ମୋ ପାଇଁ ଘରୋଇ ପଡ଼ିଆ ଥିଲା। ସମ୍ଭବତଃ ମୋ ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ ମୋ ଦ୍ବିତୀୟ ଘର ଭାବେ ପରିଚିତ ଚେନ୍ନାଇରେ ଖେଳିବି। ଏହା ଆସନ୍ତା ବର୍ଷ ହୋଇପାରେ କି ୫ ବର୍ଷ ଭିତରେ ମୁଁ ଜାଣିନାହିଁ’।

ଧୋନିଙ୍କ ନେତୃତ୍ବରେ ଗତ ମାସରେ ଚେନ୍ନାଇ ଚତୁର୍ଥ ଥର ଆଇପିଏଲ୍ ମୁକୁଟ ଜିତିଥିଲା। ପୂର୍ବରୁ ସିଏସ୍‌କେକୁ ମଧ୍ୟ ୨୦୧୦, ୨୦୧୧ ଓ ୨୦୧୮ରେ ଧୋନି ବିଜେତା କରିଥିଲେ। ୨୦୧୦ ଏବଂ ୨୦୧୪ରେ ମଧ୍ୟ ସିଏସ୍‌କେ ଚାମ୍ପିଅନ୍ସ ଲିଗ୍‌ ‌ଟ୍ରଫି ଜିତିଥିଲା। କେବଳ ୨୦୨୦ରେ ଚେନ୍ନାଇ ସବୁଠୁ ଖରାପ ‌ଖେଳି ପ୍ରଥମ ଥର ଯୋଗ୍ୟତା ଅର୍ଜନ କରିନଥିଲା। ‘ବିଦାୟୀ ମ୍ୟାଚ୍‌ ଆସିଲେ ମୁଁ ନିଶ୍ଚିତ ଯେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାଇଁ ଖେଳିବି, ମୋତେ ବିଦାୟ ଜଣାଇବାକୁ ଆପଣଙ୍କୁ ସୁଯୋଗ ମିଳିବ’ ବୋଲି ଧୋନି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe