ବାରବାଟୀ ଷ୍ଟାଡିୟମରରେ ୨୦୨୩ ବିଶ୍ବକପ୍‌ ମ୍ୟାଚ୍‌ ଦାବି କଲା ଓସିଏ

Advertisment
ବାରବାଟୀ ଷ୍ଟାଡିୟମରରେ ୨୦୨୩ ବିଶ୍ବକପ୍‌ ମ୍ୟାଚ୍‌ ଦାବି କଲା ଓସିଏ

କଟକ: ବାରବାଟୀ ଷ୍ଟାଡିୟମର ଭିତ୍ତିଭୂମି ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ଏଠାରେ ୨୦୨୩ ବିଶ୍ବକପ୍‌ ଆୟୋଜନ ପାଇଁ ଓଡ଼ିଶା କ୍ରିକେଟ ସ˚ଘ (ଓସିଏ) ପକ୍ଷରୁ ବିସିସିଆଇ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ରବିବାର ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ମ୍ୟାଚ ଅବସରରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍ବତନ୍ତ୍ର ଅତିଥି ଭାବେ ବାରବାଟୀରେ ଉପସ୍ଥିତ ଥିଲାବେଳେ ଏଠାକାର ନୂଆ ବ୍ୟବସ୍ଥାକୁ ଦେଖି ପ୍ରଶ˚ସା କରିଥିଲେ। ଯେଉଁଥିପାଇଁ ଭାରତରେ ୨୦୨୩ ମସିହାରେ ହେବାକୁଥିବା କ୍ରିକେଟ ବିଶ୍ବକପ୍‌ର ମ୍ୟାଚ ଏଠାରେ ଆୟୋଜନ କରାଯାଉ ବୋଲି ଓସିଏ ପକ୍ଷରୁ ସୌରଭଙ୍କୁ ଅନୁରୋଧ କରାଯାଇଥିବା ଓସିଏ ସମ୍ପାଦ ସ˚ଜୟ ବେହେରା ସୂଚନା ଦେଇଛନ୍ତି। ତେବେ ରବିବାର ମ୍ୟାଚ ଅବସରରେ ଦର୍ଶକମାନଙ୍କ ଶୃଙ୍ଖଳିତ ବ୍ୟବହାର ପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହିତ ଗ୍ୟାଲେରିର ନିରାପତ୍ତାକୁ ନେଇ ଯେଉଁ ଅପପ୍ରଚାର କରାଯାଇଥିଲା, ତାହାର ପରିସମାପ୍ତି ଏହି ମ୍ୟାଚରୁ ହୋଇଥିବା ସେ କହିଛନ୍ତି। ଆଗାମୀ ଦିନରେ ବାରବାଟୀର ବଡ଼ ଧରଣର ନବକଳେବର କରାଯିବ। ମୁଖ୍ୟମନ୍ତ୍ରୀ ଏ ସ˚କ୍ରାନ୍ତରେ ସୌରଭଙ୍କ ସହିତ ଆଲୋଚନା କରିଛନ୍ତି। ୫ ନମ୍ବର ଗ୍ୟାଲେରି ସ˚ପ୍ରସାରଣ ପାଇଁ ପିପୁଲସ୍‌ ଗ୍ରୁପ୍‌କୁ ଵାର୍କଅର୍ଡର ପ୍ରଦାନ କରାଯାଇଛି। ସେମାନେ ଡ୍ରଇ˚ ଓ ଡିଜାଇନ୍‌ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସ˚ଜୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe