Advertisment

ଆଇପିଏଲ୍‌: ଶିଭମ୍‌ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଗୁଜରାଟ୍‌କୁ ୨୦୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ  

Advertisment
ଆଇପିଏଲ୍‌: ଶିଭମ୍‌ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଗୁଜରାଟ୍‌କୁ ୨୦୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ  

Photo: X

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସପ୍ତଦଶ ସଂସ୍କରଣର ସପ୍ତମ ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସକୁ ଚେନ୍ନାଇ ସୁପର କିଙ୍ଗ୍‌ସ ୨୦୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୨୦୬ ରନ୍‌ ସଂଗ୍ରହ କରିଛି। ଏହି ମ୍ୟାଚରେ ଯୁବ ବ୍ୟାଟର ଶିଭମ ଦୁବେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି।

ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଗୁଜରାଟ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଋତୁରାଜ ଗାଏକ୍ବାର୍ଡ ଓ ରଚିନ୍‌ ରବୀନ୍ଦ୍ର ଚେନ୍ନାଇର ପାଳି ଆରମ୍ଭ କରିଥିଲେ। ଉଭୟ ଋତୁରାଜ ଓ ରଚିନ୍‌ ପ୍ରଥମ ୱିକେଟ୍‌ ପାଇଁ ୬୨ ରନ୍‌ର ଭାଗିଦାରୀ କରିଥିଲେ। ଗୁଜରାଟ୍‌ ତରଫରୁ ରସିଦ୍‌ ଖାନ୍‌ ବିସ୍ଫୋରକ ବ୍ୟାଟର ରଚିନ୍‌ଙ୍କୁ ପ୍ରଥମେ ଆଉଟ୍‌ କରିଥିଲେ। କିନ୍ତୁ ରଚିନ୍‌ କ୍ରିଜ୍‌ ଛାଡ଼ିବା ପୂର୍ବରୁ ୩୦ଟି ବଲ୍‌ ଖେଳି ୬ଟି ଚୌକା ଓ ୩ଟି ଛକା ବଳରେ ୪୬ ରନ୍‌ ସଂଗ୍ରହ କରିଥିଲେ।

publive-image Photo: X

ଯୁବ ବ୍ୟାଟର ଶିଭମ୍‌ ଦୁବେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୨୩ଟି ବଲ୍‌ର ସମ୍ମୁଖୀନ ୨ଟି ଚୌକା ଓ ୫ଟି ଛକା ମାରିଥିଲେ। ରସିଦ ଖାନ୍‌ଙ୍କ ବଲ୍‌କୁ ବିଜୟ ଶଙ୍କରଙ୍କ ହାତରେ ଦେଇ ଚତୁର୍ଥ ୱିକେଟ୍‌ ଭାବେ ଆଉଟ୍‌ ହୋଇଥିଲେ।  ଚେନ୍ନାଇ ପଞ୍ଚମ ୱିକେଟ୍‌ ଭାବେ ସମୀର ରିଜଭିଙ୍କୁ ହରାଇ ଥିଲା। ସମୀର ୬ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୧୪ ରନ୍‌ ସଂଗ୍ରହ କରିଥିଲେ। ଡେରିଲ ମିଚେଲ ୨୦ଟି ବଲ୍‌ ଖେଳି ୨୪ ରନ୍‌ କରିଥିଲେ। ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ୩ଟି ବଲ୍‌ ଖେଳି ଅପରାଜିତ ୭ ରନ୍‌ ସଂଗ୍ରହ କରିଥିଲେ।

ଏହା ପୂର୍ବରୁ ଚେନ୍ନାଇ ଦ୍ବିତୀୟ ଓ ତୃତୀୟ ୱିକେଟ୍‌ ଭାବେ ଆଜିଙ୍କ୍ୟ ରାହାଣେ (୧୨ ରନ୍‌) ଓ ଋତୁରାଜଙ୍କୁ ହରାଇଥିଲା। ଦଳୀୟ ସ୍କୋର ୧୦୪ ରନ୍‌ରେ ରାହାଣେ ଓ ୧୨୭ ରନ୍‌ରେ ଋତୁରାଜ ଆଉଟ୍‌ ହୋଇଥିଲେ। ଋତୁରାଜ ବ୍ୟକ୍ତିଗତ ଭାବେ ଦଳ ପାଇଁ ୪୬ ରନ୍‌ର ସଂଗ୍ରହ କରିଥିଲେ। ସେ ୩୬ଟି ବଲ୍‌ ଖେଳି ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe