ଆଇପିଏଲ୍ : ରସେଲଙ୍କ ଅର୍ଦ୍ଧଶତକ, ରାଜସ୍ଥାନ ରୟାଲ୍ସ ଆଗରେ ୨୦୭ ରନର ଲକ୍ଷ୍ୟ ରଖିଲା କୋଲକାତା ନାଇଟ ରାଇଡର୍ସ

କୋଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୨୫ର ୫୩ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଗରେ ୨୦୭ ରନର ଲକ୍ଷ୍ୟ ରଖିଛି କୋଲକାତା ନାଇଟ ରାଇଡର୍ସ (କେକେଆର୍) ।

nn

କୋଲକାତା: କୋଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୨୫ର ୫୩ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଗରେ ୨୦୭ ରନର ଲକ୍ଷ୍ୟ ରଖିଛି କୋଲକାତା ନାଇଟ ରାଇଡର୍ସ (କେକେଆର୍) ।

ଏହି ମ୍ୟାଚରେ କୋଲକାତା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ରହମାନୁଲ୍ଲା ଗୁରବାଜ ଓ ସୁନୀଲ ନାରାୟଣ ବ୍ୟାଟିଂ ଓପନ କରିଥିଲେ । ତେବେ ସୁନୀଲ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ତେବେ ଗୁରବାଜ ଓ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା। ଗୁରବାଜ ୩୫ ରନ ଓ ରାହାଣେ ୩୦ ରନ କରିଥିଲେ । ଅଙ୍କକ୍ରିସ ରଘୁବଂଶୀ ୪୪ ରନ କରିଥିବାବେଳେ ଆନ୍ଦ୍ରେ ରସେଲ୍ ମାତ୍ର ୨୫ ବଲରେ ୫୭ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୬ଟି ଛକା ଓ ୪ଟି ଚୌକା ମାରିଥିଲେ । କୋଲାକାତା ନିର୍ଦ୍ଧାରିତ ୨୦ ଓଭରରେ ୨୦୬ ରନ କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe