ଆଇପିଏଲ୍‌-୨୦୨୦: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୨୦୯ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

Advertisment
ଆଇପିଏଲ୍‌-୨୦୨୦: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୨୦୯ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

Photo: Cricbuzz

ସାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୦ର ସପ୍ତଦଶ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ୨୦୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ସାରଜା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରବିବାର ଖେଳାଯାଉଥିବା ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୨୦୮ ରନ୍‌ ସଂଗ୍ରହ କରିଥିଲା। ଦଳକୁ ମାତ୍ର ୬ ରନ୍‌ରେ ପ୍ରଥମ ଝଟକା ଲାଗିଥିଲା। ୫ଟି ବଲ୍‌ର ସମ୍ମୁଖୀନ ହୋଇ ମାତ୍ର ୬ ରନ୍‌ କରି ପ୍ରଥମ ଓ୍ଵିକେଟ୍‌ ଭାବେ ପାଭଲିଅନ୍‌କୁ ଫେରିଆସିଥିଲେ ଅଧିନାୟକ ରୋହିତ ଶର୍ମା।

ରୋହିତ ଶର୍ମା ଆଉଟ୍‌ ହୋଇଯିବା ପରେ କ୍ୱିଣ୍ଟନ୍‌ ଡି କକ୍‌ ଓ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇର ୨ୟ ଓ୍ଵିକେଟ୍‌ ବେଳକୁ ସ୍କୋର ୪୮ ରନ୍‌ରେ ପହଂଚାଇଥିଲେ। ସୂର୍ଯ୍ୟକୁମାର ଆଉଟ୍‌ ହେବା ପୂର୍ବରୁ ୧୮ଟି ବଲ୍‌ ଖେଳି ୨୭ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ବି ସାମିଲ ଥିଲା। ହାଇଦ୍ରାବାଦ୍‌ର ୩ୟ ଶିକାର ହୋଇଥିଲେ କ୍ୱିଣ୍ଟନ୍‌ ଡି କକ୍‌। ସେ ୬୭ ରନ୍‌ କରି ରସିଦ୍‌ ଖାନଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ସେ ୩୯ ବଲ୍‌ ଖେଳି ୪ଟି ଚୌକା ଓ ୪ଟି ଛକା ମାରିଥିଲେ।

ମୁମ୍ବାଇ ଚତୁର୍ଥ ଓ୍ଵିକେଟ୍‌ ହରାଇବା ବେଳକୁ ସ୍କୋର ୧୪୬ ରନ୍‌ ହୋଇସାରିଥିଲା। ହାଇଦ୍ରାବାଦ୍‌ର ସନ୍ଦୀପ ଶର୍ମାଙ୍କ ବଲ୍‌ ମନୀଷ ପାଣ୍ଡେଙ୍କୁ କ୍ୟାଚଦେଇ ୪ର୍ଥ ଶିକାର ହୋଇଥିଲେ ଈଶାନ କିଷାନ (୨୩ ରନ୍‌, ୩୧ ବଲ୍‌, ୧ ଚୌକା, ୨ ଛକା)। ଈଶାନ ଆଉଟ୍‌ ହେବା ପରେ ଦଳର ମୋର୍ଚ୍ଚା ସମ୍ଭାଳି ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା (୨୮ ରନ୍‌, ୧୯ ବଲ୍‌, ୨ ଚୌକା, ୨ ଛକା) ଓ କିରନ ପୋଲାର୍ଡ (ଅପରାଜିତ ୨୫ ରନ୍‌, ୧୩ ବଲ, ୩ ଛକା)। କିନ୍ତୁ ସିଦ୍ଧାର୍ଥ କାଉଲଙ୍କ ବଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍‌ ହୋଇଯାଇଥିଲେ। କ୍ରୁଣାଳ ପାଣ୍ଡ୍ୟା ୪ଟି ବଲ୍‌ ସମ୍ମୁଖୀନ ହୋଇ ଅପରାଜିତ ୨୦ ରନ୍‌ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨ଟି ଚୌକା ଓ ୨ଟି ଛକା ମାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe