୩ୟ ଟି-୨୦: ମଲାନ୍‌-ଲିଭିଂଷ୍ଟୋନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତକୁ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ

Advertisment
୩ୟ ଟି-୨୦: ମଲାନ୍‌-ଲିଭିଂଷ୍ଟୋନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତକୁ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ

Photo: Aaj Tak

ବର୍ମିଂହାମ୍‌: ୩ୟ ତଥା ଅନ୍ତିମ ଟି-୨୦ରେ ଇଂଲଣ୍ଡର ଦାୱିଦ୍‌ ମଲାନ୍‌ ଓ ଲିଆମ୍‌ ଲିଭିଂଷ୍ଟୋନ୍‌ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବର୍ମିଂହାମ୍‌ରେ ଖେଳା ଯାଉଥିବା ମ୍ୟାଚରେ ଘରୋଇ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୨୧୫ ରନ୍‌ କରିଛି। ଫଳରେ ଭାରତକୁ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ୫୦ ରନ୍‌ ଓ ଗତକାଲିର ମ୍ୟାଚରେ ଇଂଲଣ୍ଡ ୪୯ ରନ୍‌ରେ ପରାସ୍ତ ହେବା ପରେ ଆଜି ନିଜକୁ ସଂଶୋଧନ କରିଛି। ସ୍କୋର ୩୧ ରନ୍‌ରେ ଇଂଲଣ୍ଡ ଜୋସ୍‌ ବଟଲରଙ୍କୁ ହରାଇଥିଲେ ଥିଲେ ବି ଦଳର ଅନ୍ୟ ଖେଳାଳିମାନେ ଧୈର୍ଯ୍ୟର ସହିତ ମ୍ୟାଚ ଖେଳିଥିଲେ। ମଲାନ୍‌  ୩୯ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୭୭ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୬ଟି ଚୌକା ଓ ୫ଟି ଛକା ମାରିଥିଲେ। ସେହିପରି ଲିଭିଂଷ୍ଟୋନ୍‌ ଅପରାଜିତ ରହି ୨୯ ବଲ୍‌ ଖେଳି ୪୨ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ୪ଟି ଛକା ସାମିଲ ଥିଲା। ଭାରତ ପକ୍ଷରୁ ରବି ବିଶ୍ନୋୟୀ ଓ ହର୍ଷଲ ପଟେଲ ୨-୨ ୱିକେଟ ନେଇଥିଲା ବେଳେ ଆଭେସ ଖାନ୍‌ ଓ ଉମ୍ରାନ୍‌ ମଲିକଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe