ଆଇପିଏଲ୍‌: ବଟଲର୍‌ଙ୍କ ଶତକ, କୋଲକାତା ଆଗରେ ୨୧୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ୍‌

Advertisment
ଆଇପିଏଲ୍‌: ବଟଲର୍‌ଙ୍କ ଶତକ, କୋଲକାତା ଆଗରେ ୨୧୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ୍‌

Photo: Zee News

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୩୦ତମ ମ୍ୟାଚ୍‌ ରାଜସ୍ଥାନ୍‌ ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ମଧ୍ୟରେ ଖେଳାଯାଉଛି। ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ହୋଇଥିବା ଏହି ମୁକାବିଲାରେ କୋଲକାତାର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ସେ ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ସଂଜୁ ସାମସନ୍‌ଙ୍କ ନେତୃତ୍ୱରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୨୧୭ ରନ୍‌ କରିଛି। ଫଳରେ କୋଲକାତାକୁ ୨୧୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ପାଳି ଆରମ୍ଭରୁ ରାଜସ୍ଥାନ ଭଲ ବ୍ୟାଟିଂ କରିଥିଲା। ଓପନର ଜୋସ୍‌ ବଟ୍‌ଲର ଓ ଦେବଦୂତ୍ତ ପଡ୍ଡିକଲ ପ୍ରଥମ ଓ୍ଵିକେଟ୍‌ ପାଇଁ ୯୭ ରନ୍‌ ସଂଗ୍ରହ କରିଥିଲେ। ବଟ୍‌ଲର ବ୍ୟକ୍ତିଗତ ଭାବେ ୬୧ଟି ବଲ୍‌ ଖେଳି ୧୦୩ ରନ୍‌ କରିଥିଲେ। ଆଇପିଏଲ୍‌ର ଚଳିତ ସଂସ୍କରଣରେ ୨ୟ ଶତକ ମାରିଛନ୍ତି ବଟଲର। ଏଥିରେ ସେ ୯ଟି ଚୌକା ଓ ୫ଟି ଛକା ମାରିଥିଲେ। ଦେବଦୂତ୍ତ ୨୪ ରନ୍‌ କରିଥିଲେ। ସେ ୧୮ଟି ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ସଂଜୁ ସାମ୍‌ସନ୍‌ ୧୯ଟି ବଲ୍‌ ଖେଳି ୩ଟି ଚୌକା ଓ ୨ଟି ଛକା ବଳରେ ୩୮ ରନ୍‌ କରିଥିଲେ। ରାଜସ୍ଥାନ ସ୍କୋର ୧୬୪ ରନ୍‌ରେ ସଂଜୁ ସାମ୍‌ସନ୍‌, ୧୮୩ ରନ୍‌ରେ ବଟ୍‌ଲର ଓ ୧୮୯ ରନ୍‌ରେ ରିୟାନ ପରାଗଙ୍କୁ ହରାଇଥିଲା। କୋଲକାତାର ପଞ୍ଚମ ଶିକାର ହୋଇଥିଲେ କରୁନ୍‌ ନାୟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe