ଆଇପିଏଲ୍‌-୧୩: ମୟଙ୍କ ଅଗ୍ରଓ୍ଵାଲଙ୍କ ଶତକ, ରାଜସ୍ଥାନ ରୟାଲ୍ସକୁ ୨୨୪ ରନ୍‌ ବିଜୟ ଲକ୍ଷ୍ୟ ଦେଲା କିଙ୍ଗ୍‌ସ ଇଲେଭେନ୍‌ ପଂଜାବ

ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ

ଆଇପିଏଲ୍‌-୧୩: ମୟଙ୍କ ଅଗ୍ରଓ୍ଵାଲଙ୍କ ଶତକ, ରାଜସ୍ଥାନ ରୟାଲ୍ସକୁ ୨୨୪ ରନ୍‌ ବିଜୟ ଲକ୍ଷ୍ୟ ଦେଲା କିଙ୍ଗ୍‌ସ ଇଲେଭେନ୍‌ ପଂଜାବ

Image Courtesy Twitter/@IPL

ଶାରଜା: ମୟଙ୍କ ଅଗ୍ରଓ୍ଵାଲଙ୍କ ଶତକ ହାସଲ୍‌ କରିଛନ୍ତି। ସେ ୫୦ଟି ବଲ ଖେଳି ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ମୟଙ୍କ ୧୦ଟି ଚୌକା ଓ ୭ଟି ଛକା ସହାୟତାରେ ୧୦୬ ରନ୍‌ କରିଛନ୍ତି। ଏଥି ସହିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣରେ ଆଜି ରାଜସ୍ଥାନ ରୟାଲ୍ସକୁ ୨୨୪ରନ୍‌ ବିଜୟ ଲକ୍ଷ ଦେଇଛି କିଙ୍ଗ୍‌ସ ଇଲେଭେନ୍‌ ପଂଜାବ। ଟୁର୍ଣ୍ଣାମେଣ୍ଟର ୯ମ ମ୍ୟାଚରେ ପଂଜାବ ଟିମ୍‌ ୨୦ ଓଭରରେ ୨ ଓ୍ଵିକେଟ ହରାଇ ୨୨୩ ରନ୍‌ ସଂଗ୍ରହ କରିଛି। ଶାରଜା କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିଣି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

publive-image Photo: Cricbuzz

ରାଜସ୍ଥାନ ରୟାଲ୍ସ ପକ୍ଷରୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିବା ପରେ ପଂଜାବ ଟିମ୍‌ର ଅଧିନାୟକ ଲୋକେଶ ରାହୁଲ (୬୯ ରନ୍‌, ୫୪ ବଲ, ୭ ଚୌକା ଓ ୧ ଛକ୍କା) ଓ ମୟଙ୍କ ଅଗ୍ରଓ୍ଵାଲ ପଡ଼ିଆକୁ ଓହ୍ଲାଇଥିଲେ। ଉଭୟ ଓପନର ଦଳର ପ୍ରଥମ ଓ୍ଵିକେଟରେ ୧୮୩ ରନ୍‌ ଯୋଡ଼ିଥିଲେ, ଯାହାକି ଚଳିତ ଆଇପିଏଲ୍‌ରେ ନୂଆ ରେକର୍ଡ। ଟମ୍‌ କୁରାନ୍‌ଙ୍କ ବଲ ସଂଜୁ ସାମ୍‌ସନ୍‌ଙ୍କୁ କ୍ୟାଚ୍‌ ଦେଇ ମୟଙ୍କ ଆଉଟ୍‌ ହୋଇ ପାଭଲିଅନ୍‌କୁ ଫେରିଯିବା ପରେ ତାଙ୍କ ସ୍ଥାନ ପୂରଣ କରିବାକୁ ଗ୍ଲେନ ମ୍ୟାକ୍ସୱେଲ ପଡ଼ିଆକୁ ଆସିଥିଲେ। ସେ ୯ଟି ବଲ ଖେଳି ଅପରାଜିତ ୧୩ ରନ୍‌ କରିଥିଲେ। ଦଳର ଅନ୍ୟ ବ୍ୟାଟ୍‌ସମ୍ୟାନ ନିକୋଲାସ ପୂରନଙ୍କ ବ୍ୟାଟରୁ ଅପରାଜିତ ୨୫ ରନ୍‌ ମିଳିଥିଲା। ଲୋକେଶ ରାହୁଲଙ୍କୁ ଅଙ୍କିତ ରାଜପୁତବଲରେ ଶ୍ରେୟସ ଗୋପାଳଙ୍କ ଦ୍ୱାରା ଆଉଟ୍‌ ହେବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe