ଆଇପିଏଲ୍‌: ଶୁଭମନ୍‌ ଓ ଶାହଙ୍କ ବିସ୍ଫୋରକ ବ୍ୟାଟିଂ, ଲକ୍ଷ୍ନୌ ଆଗରେ ୨୨୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଗୁଜରାଟ

Advertisment
ଆଇପିଏଲ୍‌: ଶୁଭମନ୍‌ ଓ ଶାହଙ୍କ ବିସ୍ଫୋରକ ବ୍ୟାଟିଂ, ଲକ୍ଷ୍ନୌ ଆଗରେ ୨୨୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଗୁଜରାଟ

Photo: IPL twitter

ଅହମଦାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୬ତମ ସଂସ୍କରଣର ୫୧ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ ମୁହାଁମୁହିଁ ହୋଇଛନ୍ତି। ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ଟସ୍‌ ଜିଣି ଲକ୍ଷ୍ନୌ ଟିମ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଗୁଜରାଟ୍‌ ବ୍ୟାଟିଂ କରିଥିଲା। ଘରୋଇ ଦଳ ଶୁଭମନ୍‌ ଗିଲ ଓ ଋଦ୍ଧିମାନ ଶାହଙ୍କ  ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ୱିକେଟ୍‌ ହରାଇ ୨୨୭ ରନ୍‌ କରିଛି। ତେଣୁ ଲକ୍ଷ୍ନୌକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୨୨୮ ରନ୍‌ ଦରକାର ଅଛି।

publive-image Photo: IPL twitter

ଗୁଜରାଟର ବ୍ୟାଟିଂ ପାଳି ଆରମ୍ଭ କରିଥିଲେ ଶାହ ଓ ଗିଲ୍‌। ଯୁବ ବ୍ୟାଟର ଗିଲ୍‌ ନିଜ ଦଳ ପାଇଁ ସର୍ବାଧିକ ୯୪ ରନ୍‌ ଯୋଡ଼ିଥିଲେ। ସେ ଅପରାଜିତ ରହି ପାଭଲିଅନ୍‌କୁ ଫେରିବା ପୂର୍ବରୁ ୫୧ଟି ବଲ୍‌ ସାମ୍ନା କରିଥିଲେ। ଏଥିରୁ ସେ ୨ଟି ଚୌକା ଓ ୭ଟି ଛକା ମାରିଥିଲେ। ଶାହଙ୍କ ସହିତ ଗିଲ୍‌ ପ୍ରଥମ ୱିକେଟ୍‌ ପାଇଁ ୧୪୨ ରନ୍‌, ଦ୍ବିତୀୟ ୱିକେଟ୍‌ ପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ୪୨ ରନ୍‌ର ଭାଗିଦାରୀ ହୋଇପାରିଥିଲେ।

ଆଉଟ୍‌ ହୋଇ ପାଭଲି୍ଅନ୍‌ ଫେରିଯିବା ପୂର୍ବରୁ ଶାହ ୪୩ଟି ବଲ୍‌ ଖେଳି ୮୧ ରନ୍‌ ଯୋଡ଼ିଥିଲେ, ଯେଉଥିରେ ସେ ୧୦ଟି ଚୌକା ଓ ୪ଟି ଛକା ମାରିଥିଲେ। ଗୁଜରାଟକୁ ଦ୍ବିତୀୟ ୱିକେଟ୍‌ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା (୨୫)ଙ୍କୁ ହରାଇବାକୁ ପଡ଼ିଥିଲା। ଡେଭିଡ ମିଲର ୧୨ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ୨୧ ରନ୍‌ ସଂଗ୍ରହ କରିଥିଲେ। ଲକ୍ଷ୍ନୌ ପାଇଁ ମୋସିନ୍‌ ଖାନ୍‌ ଓ ଆଭେସ୍‌ ଖାନ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe