ଭୁବନେଶ୍ବର: ପ୍ରତିଭା ଅନ୍ୱେଷଣ ଏବଂ ବିକାଶରେ ନିୟୋଜିତ ସଂଗଠନ ‘କଳିଙ୍ଗ ଡେୟାର ଡେଭିଲ୍ସ’ ଆନୁକୂଲ୍ୟରେ ଆୟୋଜିତ ପର୍ବତାରୋହଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୩ ଜଣ ଯୁବ ପର୍ବତାରୋହୀ ବୁଧବାର ହିମାଳୟର ଦୟାରା ବୁଗ୍ୟାଲ ଆରୋହଣରେ ବାହାରିଛନ୍ତି। ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି ପତାକା ଦେଖାଇ ଏହାର ଶୁଭ ଉଦ୍ଘାଟନ କରିଥିଲେ। ରୋଟାରି ଭବନରେ ଆୟୋଜିତ ଏହି ସ୍ବତନ୍ତ୍ର ଉତ୍ସବ ଅବସରରେ ଏଭରେଷ୍ଟ ବିଜେତା ଗଣେଶ ଜେନା, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ପ୍ରଜକ୍ତା ଦେବରାଏ ମଧ୍ୟ ଉପସ୍ଥିତ ଥିଲେ।
ଅଭିଯାନରେ ସାମିଲ ଥିବା ଯୁବ ପର୍ବତାରୋହୀମାନେ ହେଲେ ଗିନିଜ୍ ବୁକ୍ ଅଫ୍ ରେକର୍ଡସଧାରୀ ସତ୍ୟପୀର ପଧାନ, ନୃସିଂହ ଚରଣ ପଣ୍ଡା, ସ୍ୱରାଜ କୁମାର ରାଉତ, ସୁନ୍ଦର ସାହୁ, କ୍ରିଷ୍ଣା ଭଣ୍ଡାରଘରିଆ, ରେଶବ କୁମାର ପାଣିଗ୍ରାହୀ, ସୌମ୍ୟ ରଞ୍ଜନ ରାଉତ, ଠାକୁର ସେନାପତି, ଜ୍ୟୋତିଷ କୁମାର ବାଗ, ଯୋଗେଶ୍ୱର ନାଏକ, ବିଜେ ରାଜେଶ ଭୋଇ, ମୁରାରି ସାହୁ, ନୂଆପଡ଼ାରୁ ସଚିନ୍ ବେହେରା, ହିତେଶ୍ କୁମାର ମେହେର, ମଳୟ କୁମାର ମେହେର , ବଲାଙ୍ଗୀରରୁ ଅମନ୍ ଛତ୍ରିଆ, ଘନ ସତନାମୀ, ନିଲକମଲ ସାହୁ, ଡକ୍ଟର୍ ଛବିଲାଲ ମେହେର କନ୍ଧମାଳରୁ ସିଦ୍ଧାର୍ଥ କେଶରୀ ପ୍ରଧାନ, ନବରଙ୍ଗପୁରରୁ ପ୍ରଦୀପ କୁମାର ସିହ୍ନା, ରାଉରକେଲାରୁ ବୈଦ୍ୟନାଥ ନାରାୟଣ ସିହ୍ନା, ଜଗତସିଂହପୁରରୁ ସାଗର କୁମାର ମଲ୍ଲିକ।
Follow Us