୩ୟ ଟି-୨୦: ଯୁବ ବ୍ୟାଟର ଶୁଭମନ୍‌ ଗିଲଙ୍କ ଅପରାଜିତ ଶତକ, ନ୍ୟୁଜିଲାଣ୍ଡ ଆଗରେ ୨୩୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

Advertisment
୩ୟ ଟି-୨୦: ଯୁବ ବ୍ୟାଟର ଶୁଭମନ୍‌ ଗିଲଙ୍କ ଅପରାଜିତ ଶତକ, ନ୍ୟୁଜିଲାଣ୍ଡ ଆଗରେ ୨୩୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

Photo: BCCI Twitter

ଅହମଦାବାଦ୍‌: ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ଯୁବ ବ୍ୟାଟର ଶୁଭମନ୍‌ ଗିଲ୍‌ ବିସ୍ଫୋରକ ବ୍ୟାଟି କରିଛନ୍ତି। ଅହମଦାବାଦ୍‌ର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗିଲ୍‌ଙ୍କ ଶତକ ବଳରେ ଭାରତ ବୁଧବାର ନ୍ୟୁଜିଲାଣ୍ଡକୁ ୨୩୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଏଠାରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଏବଂ ଦଳ ନିର୍ଦ୍ଧାରିତ ଓଭରରେ ୪ଟି ୱିକେଟ୍‌ ହରାଇ ୨୩୪ ରନ୍‌ ସଂଗ୍ରହ କରିଛି।

publive-image Photo: BCCI Twitter

ଅହମଦାବାଦ୍‌ରେ ଶୁଭମନ୍‌ ଗିଲ୍‌ (ଅପରାଜିତ ୧୨୬ ରନ୍‌, ୬୩ ବଲ୍‌, ୧୨ ଚୌକା ଓ ୭ ଛକା) ଇତିହାସ ରଚିଛନ୍ତି। ସେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପ୍ରଥମ ଶତକ ହାସଲ କରିଛନ୍ତି। ଗିଲ୍‌ ଆଜି ୩୫ଟି ବଲ୍‌ରୁ ୭ଟି ଚୌକା ବଳରେ ୫୦ ରନ୍‌ ସଂଗ୍ରହ କରିଥିଲେ। କିନ୍ତୁ ପରବର୍ତ୍ତୀ ୧୯ଟି ବଲ୍‌ରେ ୫୧ ରନ୍‌ ସଂଗହ କରି ଶତକ ହାସଲ କରିଥିଲେ। ମୋଟାମୋଟି ଭାବେ କହିବାକୁ ଗଲେ ଗିଲ୍‌ ୫୪ଟି ବଲ୍‌ ଖେଳି ୧୦ ଚୌକା ଓ ୫ ଛକା ବଳରେ ଶତକ( ୧୦୧ ରନ୍‌) ହାସଲ କରିଥିଲେ।

ଆଜି ଭାରତର ପାଳି ଆରମ୍ଭ କରିଥିଲେ ଈଶାନ କିଶନ ଓ ଶୁଭମନ୍‌ ଗିଲ। ଭାରତ ପ୍ରଥମ ୱିକେଟ୍‌ ଭାବେ ଈଶାନ୍ କିଶନଙ୍କୁ ହରାଇଥିଲା। ଦଳ ମାତ୍ର ୭ ରନ୍‌ରେ ବିପର୍ଯ୍ୟର ସାମ୍ନା କରିଥିଲା। କିନ୍ତୁ ଦ୍ବିତୀୟ ୱିକେଟ୍‌ରେ ଗିଲ୍‌ ଓ ରାହୁଲ ତ୍ରିପାଠୀ ୮୦ ରନ୍‌ ଯୋଡ଼ିଥିଲେ। ରାହୁଲ ୨୨ଟି ବଲ୍‌ ଖେଳି ୪ଟି ଚୌକା ଓ ୩ଟି ଛକା ବଳରେ ୪୪ ରନ୍‌ ସଂଗ୍ରହ କରିଥିଲେ। ସୂର୍ଯ୍ୟକୁମାର ଯାଦବ ୨୪ ରନ୍‌, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ୍‌ ଓ ଦୀପକ ହୁଦା ଅପରାଜିତ ୨ ରନ୍‌ ସଂଗ୍ରହ କରିଥିଲେ। ନ୍ୟୁଜିଲାଣ୍ଡ ତରଫରୁ ମିଚେଲ ବ୍ରାସେୱେଲ, ବ୍ଲାଏର ଟିକ୍‌ନର, ଈଶ ‌ସୋଢ଼ି ଓ ଡାରୟେଲ ମିଚେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe