Photo: IPL Twitter
ଆବୁଧାବି/ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣର ୫୫ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁକାବିଲା ହୋଇଛି। ଏହି ମ୍ୟାଚ୍ରେ ମୁମ୍ବାଇ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୨୦ ଓଭରରେ ୯ଟି ଓ୍ଵିକେଟ ହରାଇ ୨୩୫ ରନ୍ କରିବା ପରେ ହାଇଦ୍ରାବାଦ୍କୁ ୨୩୬ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଓ ଯୁବ କ୍ରିକେଟର ଇଶନ କିଶନ ପ୍ରଥମ ଓ୍ଵିକେଟ ପାଇଁ ଭଲ ଭାଗିଦାରୀ ହୋଇପାରିଥିଲେ। ରୋହିତ ୧୩ଟି ବଲ ଖେଳି ୧୮ ରନ୍ ସଂଗ୍ରହ କରିଥିବା ବେଳେ କିଶନ୩୨ଟି ବଲ ଖେଳି ବିସ୍ଫୋରକ ଭାବେ ୮୪ ରନ୍ ସଂଗ୍ରହ କରିଥିଲେ। ଏଥିରେ ସେ ୧୧ଟି ଚୌକା ଓ ୪ଟି ଛକା ମାରିଥିଲେ। ସେହିପରି ସୂର୍ଯ୍ୟକୁମାର ଯାଦବ ୪୦ଟି ବଲ ଖେଳି ବ୍ୟକ୍ତିଗତ ଭାବେ ୮୨ ରନ୍ ଯୋଡ଼ିଥିଲେ। ଏଥିରେ ସେ ୧୩ଟି ଚୌକା ଓ ୩ଟି ଛକା ମାରିଥିଲେ।
Photo: IPL Twitterସେହିଭଳି ଆଜିର ୨ୟ ତଥା ୫୬ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ଭେଟିଛି। ବିରାଟ କୋହଲିଙ୍କ ଟିମ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଋଷଭ ପନ୍ତଙ୍କ ଦିଲ୍ଲୀ ଟିମ୍ ୨୦ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରିଛି। ଫଳରେ ବାଙ୍ଗାଲୋରକୁ ୧୬୫ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ଦିଲ୍ଲୀର ପ୍ରାରମ୍ଭିକ ବ୍ୟାଟ୍୍ସମ୍ୟାନ୍ ପୃଥ୍ଵୀ ସ’ ୩୧ଟି ବଲ ଖେଳି ୪୮ ରନ୍ ସଂଗ୍ରହ କରିଥିଲେ। ଏଥିରେ ସେ ୪ଟି ଚୌକା ଓ ୨ଟି ଛକା ମାରିଥିଲେ। ସେହିଭଳି ଅନ୍ୟତମ ଓପନର ଶିଖର ଧଓ୍ଵନ୍ ୩୫ଟି ବଲ୍ର ସମ୍ମୁଖୀନ ହୋଇ ବ୍ୟକ୍ତିଗତ ଭାବରେ ୪୩ ରନ୍ କରିଥିଲେ। ଏଥିରେ ୩ଟି ଚୌକା ଓ ୨ଟି ଛକା ସାମିଲ ଥିଲା।
Follow Us