ନାଗପୁର ଦିନିକିଆ : ଭାରତ ଆଗରେ ୨୪୯ ରନର ଲକ୍ଷ୍ୟ ରଖିଲା ଇଂଲଣ୍ଡ

ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଭାରତ ଆଗରେ ୨୪୯ ରନର ଲକ୍ଷ୍ୟ ରଖିଛି ।

ଅଦ୍ୟତନ ହୋଇଛି
ind

ନାଗପୁର : ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆର ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଭାରତ ଆଗରେ ୨୪୯ ରନର ଲକ୍ଷ୍ୟ ରଖିଛି ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳକୁ ଉଭୟ ଓପନର ଫିଲିପ ସଲ୍ଟ ଓ ବେନ ଡକେଟ ଭଲ ଆରମ୍ଭ ଦେଇଥିଲେ । ଏହା ସତ୍ତ୍ବେ ଦଳ ଏକ ବଡ଼ ସ୍କୋର କରିପାରିନଥିଲା । ଦଳ ୭୫ ଓ୍ବିକେଟରେ ପ୍ରଥମ ଓ୍ବିକେଟ ହରାଇଥିଲା ।  ସଲ୍ଟ ୪୩ ଓ ଡକେଟ ୩୨ ରନ କରି ଆଉଟ ହୋଇଥିଲେ । ମଧ୍ୟକ୍ରମେର ଜସ ବଟଲର ଓ ଜ୍ୟାକବ ବେଥେଲଙ୍କ ଠାରୁ ଭଲ ଇଂନିଂସ ଦେଖିବାକୁ ମିଳିଥିଲା । ଉଭୟ ଅର୍ଦ୍ଧଶତକ ଲଗାଇଥିଲେ ।ମାତ୍ର ଦଳର ନିମ୍ନକ୍ରମ ଭୁଶୁଡ଼ି ପଡ଼ିବାରୁ ଦଳ ୨୪୮ ରନରେ ଅଲଆଉଟ ହୋଇଯାଇଥିଲା । 

ଭାରତ ପକ୍ଷରୁ ହର୍ଷିତ ରାଣା ଓ ରବୀନ୍ଦ୍ର ଜେଦେଜା ୩ଟି ଲେଖାଏଁ ଓ ମହମ୍ମଦ ସମ୍ମି, କୁଳଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe