୧୬ ବର୍ଷରୁ କମ୍‌ ଚୟନ ଶିବିରରେ ୨୫୦ରୁ ଅଧିକ ଖେଳାଳି, ସୁପାରିସରେ ଚାଲିଛି କ୍ରିକେଟ ଚୟନ

Advertisment
ତୃତୀୟ ଟ୍ବେଣ୍ଟି-୨୦, ଇଂଲଣ୍ଡକୁ ୧୪ ରନ୍‌ରେ ହରାଇଲା ନ୍ୟୁଜିଲାଣ୍ଡ୍‌

iStock

କଟକ : ରାଜ୍ୟ କ୍ରିକେଟରେ ସୁପାରିସ ଖେଳାଳିଙ୍କ ସ˚ଖ୍ୟା ବଢିବାରେ ଲାଗିଛି। ଏହି ଘଟଣା ଏବେକାର ନୁହେଁ, ବର୍ଷ ବର୍ଷ ଧରି ଚାଲିଆସୁଛି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଓସିଏର ବିଧିବଦ୍ଧ ମୁଖ୍ୟ ଦାୟିତ୍ବରେ କେହି ନଥିବାରୁ ଏହାର ସୁଯୋଗ ନେଇ ସୁପାରିସ ସଂଖ୍ୟା ଅହେତୁକ ଭାବେ ବଢିବାରେ ଲାଗିଛି। ଯାହାକି ଏବେ ଚାଲିଥିବା ୧୬ ବର୍ଷରୁ କମ୍‌ ଚୟନ ଶିବିରରେ ଦେଖିବାକୁ ମିଳୁଛି। ପ୍ରତ୍ୟେକ ଜିଲ୍ଲାମାନଙ୍କରୁ ୪ ଜଣ ଲେଖାଏଁ ଏବ˚ କଟକ ଓ ଭୁବନେଶ୍ବରରୁ ୮ଜଣ ଲେଖାଏଁ ଖେଳାଳି ଏହି ଶିବିରକୁ ପଠାଇବା ପାଇଁ କୁହାଯାଇଥିଲା। କିନ୍ତୁ ଚାଲିଥିବା ଶିବିରରେ ୨୫୦ରୁ ଅଧିକ ଖେଳାଳି ସାମିଲ ହୋଇଛନ୍ତି। ଏହାଛଡ଼ା ଏହି ସ˚ଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ତେଣୁ ଚୟନ ଶିବିରରେ କେତେମାତ୍ରାରେ ସ୍ବଚ୍ଛତା ଅବଲମ୍ବନ କରାଯାଉଛି, ତାହା ଏଥିରୁ ପ୍ରମାଣିତ ହେଉଛି।

ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ପାଇଁ ଆରମ୍ଭରୁ ଟ୍ରାଏଲ ମ୍ୟାଚ୍‌ କରାଯାଇ ଖେଳାଳିମାନଙ୍କୁ ବଛାଯାଉଛି। ନିମପୁର, ବୋଷ, ରେଭେନ୍ସା ଓ ବିଡ଼ାନାସୀ ପଡ଼ିଆରେ ମ୍ୟାଚ୍‌ଗୁଡିକ ଅନୁଷ୍ଠିତ ହେଉଛି। କିନ୍ତୁ ଶିବିର ଆରମ୍ଭ ପୂର୍ବରୁ ଜିଲ୍ଲାମାନେ ସେମାନଙ୍କ କୋଟାଠୁ ଢେର ଅଧିକ ଖେଳାଳିଙ୍କୁ କଟକ ପଠାଇଥିଲେ। ଜିଲ୍ଲା ସ˚ଘ ସମ୍ପାଦକମାନେ ଓସିଏର ଜଣେ ପୂର୍ବତନ କ୍ଷମତାସୀନ କର୍ମକର୍ତ୍ତାଙ୍କୁ କହି ଖେଳାଳିମାନଙ୍କୁ ଶିବିରରେ ଜୋର ଜବରଦସ୍ତ ଭର୍ତ୍ତି କରାଉଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବତନ କର୍ମକର୍ତ୍ତା ମଧ୍ୟ ସମସ୍ତଙ୍କୁ ଶିବିରରେ ମୌକା ଦେବାକୁ ଚାପ ପ୍ରୟୋଗ କରୁଛନ୍ତି। ଫଳରେ ଟ୍ରାଏଲ ମ୍ୟାଚ୍‌ ବେଳେ କିଛି ଅଯୋଗ୍ୟ ଖେଳାଳିଙ୍କ ପାଇଁ ସମୟ ଅପବ୍ୟୟ ହେଉଥିବା ବେଳେ ପ୍ରତିଭାବାନ୍‌ ଖେଳାଳିମାନେ ପର୍ଯ୍ୟାପ୍ତ ସୁଯୋଗ ପାଇପାରୁନାହାନ୍ତି। ଏପରିକି ଦଳରେ ନିଆଯିବା ପାଇଁ ଟଙ୍କା କାରବାର ହେଉଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ରାଜ୍ୟ କନିଷ୍ଠ କ୍ରିକେଟର ମାନ ଉଚ୍ଚକୁ ଯିବା ବଦଳରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ଓସିଏ ମୁଖିଆ କେହି ନଥିବାରୁ ସମସ୍ତେ ହାତ ଝାଡ଼ିଦେଇ କିଛି ନଜାଣିବା ପରି ହେଉଛନ୍ତି।

ଓସିଏ ଅଧିକାରୀମାନେ ମଧ୍ୟ ସୁପାରିସ ଘଟଣାକୁ ଅସ୍ବୀକାର କରୁନଥିଲା ବେଳେ ଟଙ୍କା କାରବାର ବିଷୟକୁ ଗ୍ରହଣ କରିପାରୁନାହାନ୍ତି। ବର୍ତ୍ତମାନ ସୁଦ୍ଧା କେହି ଜଣେ ବି ଖେଳାଳି କିମ୍ବା ଅଭିଭାବକ ଲିଖିତ ଭାବେ ଓସିଏ ନିକଟରେ ଅଭିଯୋଗ କରିନଥିବାରୁ ଏହାର ସତ୍ୟତା ନେଇ ସେମାନେ ସନ୍ଦେହ ପ୍ରକଟ କରୁଛନ୍ତି। ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ ଯେଉଁ ଖେଳାଳିମାନେ ଦଳରେ ସୁଯୋଗ ପାଇପାରୁନାହାନ୍ତି କିମ୍ବା ଖରାପ ପ୍ରଦର୍ଶନ କରୁଛନ୍ତି, ସେମାନେ ଅନ୍ୟମାନଙ୍କୁ ବଦନାମ କରିବା ପାଇଁ ଏଭଳି ହୀନ ଚକ୍ରାନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe