ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ପୁରୁଷ ଟି୨୦ ବିଶ୍ବକପ୍-୨୦୨୬ର ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଟସ୍ ଜିଣି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅତିଥି ଦଳ ଭାରତୀୟ ଟିମ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୨୫୩ ରନ୍ ସଂଗ୍ରହ କରିଛି। ଫଳରେ ଇଂଲଣ୍ଡକୁ ଫାଇନାଲ ମ୍ୟାଚ୍ ଖେଳିବାକୁ ହେଲେ ୨୫୪ ରନ୍ ଦରକାର ପଡୁଛି।
ଭାରତ ଆରମ୍ଭରୁ ବିପର୍ଯ୍ୟର ଶିକାର ହୋଇଥିଲଶ। ଅଭିଷେକ ଶର୍ମା ମାତ୍ର ୯ ରନ୍ ସଂଗ୍ରହ କରି ଆଉଟ୍ ହୋଇ ପାଭିଲିଅନକୁ ଫେରି ଯାଇଥିଲେ କିନ୍ତୁ ଦ୍ବିତୀୟ ୱିକେଟ୍ରେ ସଂଜୁ ସାମସନ ଏବଂ ଈଶାନ କିଶନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ଖେଳାଳି ଦ୍ବିତୀୟ ୱିକେଟ୍ ପାଇଁ ୯୭ ରନ୍ ଭାଗିଦାରୀ କରିଥିଲେ।
ସେହିପରି ଶିଭମ ଦୁବେଙ୍କ ସହିତ ସଂଜୁ ତୃତୀୟ ୱିକେଟ୍ରେ ୪୩ ରନ୍ର ଭାଗିଦାରୀ କରିଥିଲେ। ଆଉଟ୍ ହେବା ପୂର୍ବରୁ ସାମସନ୍ ୮୯ ରନ୍ ସଂଗ୍ରହ କରିଥିଲେ। ସେ ୪୨ଟି ବଲ୍ ଖେଳି ୮ଟି ଚୌକା ଏବଂ ୭ଟି ଛକା ମାରିଥିଲେ। ଈଶାନ କିଶନ ୧୮ଟି ବଲ୍ ଖେଳି ୪ଟି ଚୌକା ଏବଂ ୨ଟି ଛକା ବଳରେ ୩୯ ରନ୍ ସଂଗ୍ରହ କରିଥିଲା ବେଳେ ଶିଭମ ଦୁବେଙ୍କ ବ୍ୟାଟ୍ରୁ ୪୩ ରନ୍ ମିଳିଥିଲା। ସେ ୨୫ଟି ବଲ୍ ଖେଳି ଗୋଟିଏ ଚୌକା ଏବଂ ୪ଟି ଛକା ମାରିଥିଲେ।
Follow Us