୩ୟ ଦିନିକିଆ : ଇଣ୍ଡିଜ ଆଗରେ ୨୬୬ରନର ବିଜୟ ଲକ୍ଷ୍ୟ

Advertisment
୩ୟ ଦିନିକିଆ : ଇଣ୍ଡିଜ ଆଗରେ ୨୬୬ରନର ବିଜୟ ଲକ୍ଷ୍ୟ

bcci

ଅହମଦାବାଦ : ଆଜି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ୩ୟ ତଥା ଚୂଡ଼ାନ୍ତ ଦିନିକିଆ ମ୍ୟାଚରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୬୫ ରନ କରିଛି ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ଶ୍ରେୟସ ଆୟର ଓ ଋଷଭ ପନ୍ତ ଲଢୁଆ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ । ଆୟର ୮୦ ରନ କରିଥିବାବେଳେ ପନ୍ତ ୫୩ ରନ କରିଥିଲେ । ପନ୍ତ ଆଉଟ ହେବା ପରେ ଆସିଥିବା ଓ୍ବାସିଂଟନ ସୁନ୍ଦର ଓ ଦୀପକ ଚହର ମଧ୍ୟ ଯଥାକ୍ରମେ ୩୩ ରନ ଓ ୩୮ ରନ କରି ଦଳୀୟ ସ୍କୋରରେ ମହତ୍ବପୂର୍ଣ୍ଣ ଯୋଗଦାନ ଦେଇଥିଲେ । ତେବେ ଚହର ଆଉଟ ହେବା ପରେ ନିମ୍ନକ୍ରମ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ ।

ଇଣ୍ଡିଜ ପକ୍ଷରୁ ଜାସନ ହୋଲଡର ୪ଟି ଓ ଯୋସେଫ ୨ଟି ଓ୍ବିକେଟ ନେଇଥିଲେ । ସିରିଜରେ ୨-୦ରେ ଅଗ୍ରଣୀ ଥିବା ଭାରତ ଆଜିର ମ୍ୟାଚ ଜିତିଲେ ସିରିଜକୁ ୩-୦ ରେ ପୋଛିନେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe