ପ୍ରଥମ ଦିନିକିଆ: ୱେଷ୍ଟଇଣ୍ଡିଜ୍‌କୁ ୨୮୮ ରନ୍‌ ବିଜୟ ଲକ୍ଷ୍ୟ ଦେଲା ଭାରତ, ଶ୍ରେୟସ-ଋଷବଙ୍କ ଅର୍ଦ୍ଧଶତକ

Advertisment
ପ୍ରଥମ ଦିନିକିଆରେ ଭାରତକୁ ୮ ଓ୍ଵିକେଟରେ ହରାଇଲା ୱେଷ୍ଟଇଣ୍ଡିଜ, ହୋପ୍‌-ହେଟ୍‌ମେର ଦେଲେ ବିଜୟ

Photo: Zee News

ଚେନ୍ନାଇ: ଆୟୋଜକ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ରବିବାର ତିନି ମ୍ୟାଚ୍‌ର ଦିନିକିଆ ଅନ୍ତର୍ଜାତୀୟ ଶୃଙ୍ଖଳାର ପ୍ରଥମ ମୁକାବିଲା ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍‌କୁ ୨୮୮ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିଣି ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଶ୍ରେୟସ ଆୟର (୭୦ ରନ୍‌) ଓ ଋଷବ ପନ୍ତ (୭୧ ରନ୍‌)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ଓ୍ଵିକେଟ୍‌ ହରାଇ ୨୮୭ ରନ୍‌ କରିଛି।

ଭାରତର ଇନିଂସରେ ଓପନର ରୋହତି ଶର୍ମା ଦଳ ପାଇଁ ୩୬ ରନ୍‌ ସଂଗ୍ରହ କରିଥିଲେ। ସେ ୫୬ଟି ବଲ ଖେଳି ୬ଟି ଚୌକା ମାରିଥିଲେ। ଆଲଜାରି ଜୋସେଫଙ୍କ ବଲ୍‌ ଅଧିନାୟକ କିରଣ ପୋଲାର୍ଡଙ୍କୁ କ୍ୟାଚ୍‌ ଦେଇ ରୋହିତ ପାଭଲିଅନ୍‌ ଫେରିଆସିଥିଲେ। ରୋହିତଙ୍କ ସ୍ଥାନ ପୂରଣ କରିବା ପାଇଁ ଅଧିନାୟକ ବିରାଟ କୋହଲି ପଡ଼ିଆକୁ ପ୍ରବେଶ କରିଥିଲେ। ମାତ୍ର କୋହଲି କ୍ରିଜରେ ଅଧିକ ସମୟ ରହିପାରି ନଥିଲେ। କୋହଲି ୪ଟି ବଲ୍‌ର ସମ୍ମୁଖୀନ ହୋଇ ମାତ୍ର ୪ ରନ୍‌ କରିଥିଲେ। ସେ ସେଲ୍‌ଡନ୍‌ କଟ୍ରେଲଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ସେହିପରି ଅନ୍ୟ ଓପନର ଲୋକେଶ ରାହୁଲ ମଧ୍ୟ ୱେଷ୍ଟଇଣ୍ଡିଜ୍‌ ଦ୍ୱାରା ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲେ। ରାହୁଲ ୧୫ଟି ବଲ ଖେଳି ମାତ୍ର ୬ ରନ୍‌ କରି ପାଭଲିଅନ୍‌ ଫେରି ଆସିଥିଲେ।

publive-image Photo: Hindustan Times

ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନ୍‌ମାନେ ଆଜି ଭାରତ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ଶ୍ରେୟସ ଆୟର ଓ ଋଷବ ପନ୍ତଙ୍କ ବ୍ୟତୀତ କେଦାର ଯାଦବ ୩୫ଟି ବଲ ଖେଳି ୪୦ ରନ୍‌ ଓ ରବୀନ୍ଦ୍ର ଜାଦେଜା ୨୧ଟି ବଲ ଖେଳି ୨୧ ରନ୍‌ କରିଥିଲେ। ଋଷବ ପନ୍ତ ଦୀର୍ଘ ୧୪ ମାସ ପରେ ନିଜର ଫର୍ମ ଫେରିଛନ୍ତି। ସେ ୬୯ଟି ବଲ ଖେଳି ୭ଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ୭୧ ରନ୍‌ ଯୋଡ଼ିଥିଲେ। ଆୟାର ୭୦ ରନ୍‌ ଯୋଡ଼ିବା ପାଇଁ ୮୮ଟି ବଲ ଖେଳିଥିଲେ। ଏଥିରେ ୫ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା।

ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ ଶିଭମ୍‌ ଦୁବେ ୯ରନ୍‌, ଦୀପକ ଚହର ଅପରାଜିତ ୬ ରନ୍‌ ଯୋଡ଼ିଥିବା ବେଳେ ମହମ୍ମଦ ସାମି କୌଣସି ରନ୍‌ ସଂଗ୍ରହ ନ କରି ପାଭଲିଅନ୍‌ ଫେରିଥିଲେ। ୱେଷ୍ଟଇଣ୍ଡିଜ୍‌ ବୋଲର ସେଲ୍‌ଡନ୍‌ କଟ୍ରେଲ, କିମୋ ପଲ୍‌ ଓ ଆଲ୍‌ଜାରି ଯୋଶେଫ ୨-୨ ଓ୍ଵିକେଟ୍‌ ନେଇଥିବା ବେଳେ ଅଧିନାୟକ କିରଣ ପୋଲାର୍ଡଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe