୨୮ତମ ଏସୀୟ ଟେବୁଲ୍ ଟେନିସ୍: ଶରତ କମଳ ବ୍ରାଣ୍ଡ୍ ଆମ୍ବାସଡର୍‌

Advertisment

ଅକ୍ଟୋବର ୧୧ରୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜିତ ୨୮ତମ ଏସୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ପାଇଁ ଭାରତୀୟ କିଂବଦନ୍ତି ଅଚନ୍ତ ଶରତ କମଲଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ମନୋନୀତ କରାଯାଇଛି।

ଅକ୍ଟୋବର ୧୧ରୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜିତ ୨୮ତମ ଏସୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ପାଇଁ ଭାରତୀୟ କିଂବଦନ୍ତି ଅଚନ୍ତ ଶରତ କମଲଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ମନୋନୀତ କରାଯାଇଛି।

fsfhhfsxbbxvbxv

ଭୁବନେଶ୍ୱର:‌ ଅକ୍ଟୋବର ୧୧ରୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜିତ ୨୮ତମ ଏସୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ପାଇଁ ଭାରତୀୟ କିଂବଦନ୍ତି ଅଚନ୍ତ ଶରତ କମଲଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ମନୋନୀତ କରାଯାଇଛି। ୨୨ଟି ଶ୍ରେଷ୍ଠ ଏସୀୟ ଦଳକୁ ନେଇ ଆୟୋଜିତ ଏହି ଚର୍ଚ୍ଚିତ ମହାଦେଶୀୟ ପ୍ରତିଯୋଗିତାରୁ ୨୦୨୬ ମସିହାରେ ଲଣ୍ଡନରେ ହେବାକୁ ଥିବା ବିଶ୍ୱ ଦଳଗତ ଟେବୁଲ ଟେନିସ୍ ପ୍ରତିଯୋଗିତା ପାଇଁ ଯୋଗ୍ୟତା ପର୍ଯ୍ୟାୟ ହୋଇଥିବାରୁ ଏହାର ଗୁରୁତ୍ବ ବଢ଼ିଯାଇଛି।

ଓଡ଼ିଶା ପ୍ରଥମ ଥର ପାଇଁ ଏହି ଟିଟି ସମର ଆୟୋଜନ କରୁଥିବା ବେଳେ ଶରତ କମଲଙ୍କ ସମ୍ପୃକ୍ତି ପ୍ରେରଣାଦାୟୀ ହେବାକୁ ଯାଉଛି। ଶରତଙ୍କର ଟେବୁଲ ଟେନିସ୍ କ୍ୟାରିୟର ବେଶ୍ ରୋମାଞ୍ଚକର ଥିଲା । ସେ ବହୁ ଥର ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜେତା ଏବଂ ଏସୀୟ କ୍ରୀଡ଼ା ପଦକ ବିଜେତା ହେବା ସହ ଭାରତର କିଂବଦନ୍ତି ଖେଳାଳି ଭାବେ ଅନେକ ରେକର୍ଡ ନିଜ ନାମରେ ରଖିଛନ୍ତି। ‘‘ଭୁବନେଶ୍ୱରରେ ଏସୀୟ ଟେବୁଲ ଟେନିସ୍ ପ୍ରତ‌ିଯୋଗିତା ପାଇଁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ ହୋଇଥିବାରୁ ମୁଁ କୃତଜ୍ଞ। ଟେବୁଲ ଟେନିସ୍ ମୋ ପାଇଁ ଜୀବନବ୍ୟାପୀ ଆଗ୍ରହର ବିଷୟ। ଏହାକୁ ପ୍ରୋତ୍ସାହିତ କରିବାରେ ମୁଁ ଆନନ୍ଦିତ’’ ବୋଲି କମଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe