ବିଶାଖାପାଟଣା ଦିନିକିଆ: କୋହଲିଙ୍କ ଶତକ, ୱେଷ୍ଟଇଣ୍ଡିଜ୍‌କୁ ୩୨୨ ରନ୍‌ ଟାର୍ଗେଟ ଦେଲା ଭାରତ

ବିଶାଖାପାଟଣା ଦିନିକିଆ: କୋହଲିଙ୍କ ଶତକ, ୱେଷ୍ଟଇଣ୍ଡିଜ୍‌କୁ ୩୨୨ ରନ୍‌ ଟାର୍ଗେଟ ଦେଲା ଭାରତ

ବିଶାଖାପାଟଣା: ଅଧିନାୟକ ବିରାଟ କୋହଲିଙ୍କ ଦ୍ରୁତତମ ଅପରାଜିତ ଶତକ (୧୫୭ ରନ୍‌, ୧୨୯ ବଲ୍‌, ୧୩ ଚୌକା, ୪ ଛକା) ବଳରେ ଭାରତ ବିଶାଖାପାଟଣା ଦିନିକିଆରେ ୩୨୧ ରନ୍‌ ସଂଗ୍ରହ କରିବା ପରେ ୱେଷ୍ଟଇଣ୍ଡିଜ୍‌କୁ ୩୨୨ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ଏହି ରନ୍‌ ସଂଗ୍ରହ କରିଛି। ଆନ୍ଧ୍ରପ୍ରଦେଶର ଓ୍ଵାଇଏସ୍‌ ରାଜଶେଖର ଷ୍ଟାଡିୟମ୍‌ରେ ବୁଧବାର ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଭାରତ ୧୫ ରନ୍‌ରେ ଓପନର ରୋହିତ ଶର୍ମା (୪) ଓ ୪୦ ରନ୍‌ରେ ଶିଖର ଧାଓ୍ଵନ୍‌ (୨୯ ରନ୍‌)ଙ୍କୁ ହରାଇବା ପରେ ୩ୟ ଓ୍ଵିକେଟ୍‌ରେ କୋହଲି ଓ ଅମ୍ବାତି ରାୟଡୁ (୭୩ ରନ୍‌) ଶତକୀୟ ଭାଗିଦାରୀ (୧୩୯ ରନ୍‌) ହୋଇପାରିଥିଲେ। ରୋହିତ ୮ଟି ବଲ ଖେଳି ରୋଚ୍‌ଙ୍କ ବଲ ହେଟମେୟରଙ୍କୁ କ୍ୟାଚ ଦେଇଥିଲେ। ଆସଲେ ନର୍ସଙ୍କ ବଲରେ ଶିଖର ଧାଓ୍ଵନ ଏଲ୍‌ବିଡବ୍ଲୁ ହୋଇଥିଲେ। ସେହିପରି ଓବେଡ ମ୍ୟାକ୍‌କଏଙ୍କ ଦ୍ୱାରା ରାୟଡୁ ଆଉଟ୍‌ ହୋଇଥିଲେ। ଏହା ପୂର୍ବରୁ ରାୟଡୁ ୮୦ଟି ବଲ୍‌ ଖେଳି ୮ଟି ଚୌକା ମାରିଥିଲେ।

publive-image

ୱେଷ୍ଟଇଣ୍ଡିଜ୍‌ର ୪ର୍ଥ ଶିକାର ହୋଇଥିଲେ ମହେନ୍ଦ୍ର ସିଂହ ଧୋନି(୨୦)। ସେ ୨୫ଟି ବଲ୍‌ ଖେଳି ଗୋଟିଏ ଚୌକା ମାରିଥିଲେ। ଓବେଡ ମ୍ୟାକ୍‌କଏଙ୍କ ଦ୍ୱାରା ବୋଲ୍ଡ ହୋଇ ଧୋନି ପାଭଲିଅନ୍‌ ଫେରିଥିଲେ। ଋଷଭ ପନ୍ତଙ୍କ ଓ୍ଵିକେଟ୍‌ ଭାରତ ପାଇଁ ଥିଲା ୫ମ ଓ୍ଵିକେଟ୍‌। ପନ୍ତ ୧୩ଟି ବଲରୁ ୧୭ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୨ଟି ଚୌକା ସାମିଲ ଥିଲା। ୧୪ଟି ବଲ୍‌ ଖେଳି ୧୩ ରନ୍‌ ସଂଗ୍ରହ କରିଥିଲେ ରବୀନ୍ଦ୍ର ଜାଦେଜା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe