Navbharat Times
କୋଲକାତା: ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ପିଙ୍କ ବଲ୍ ଟେଷ୍ଟ ମ୍ୟାଚ୍ ଦେଖିବା ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା କୋଲକାତାର ଐତିହାସିକ ଇଡେନ ଗାଡେନ ଷ୍ଟାଡିୟମରେ ପହଂଚିଛନ୍ତି। ଶେଖ ହାସିନା ତାଙ୍କର ଭାରତ ସମକକ୍ଷ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ରକ୍ଷା କରି ଭାରତ-ବାଲାଦେଶ ମଧ୍ୟରେ ଜାରିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍କୁ ଗୁରୁବାର ଇଡେନ ଗାଡେନ ଷ୍ଟାଡିୟମରେ ଉଦ୍ଘାଟନ କରିବା ପରେ ମ୍ୟାଚ୍ ଦେଖିଛନ୍ତି। ଏହି ସମୟରେ ଶେଖ ହାସିନାଙ୍କ ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର ଉପସ୍ଥିତ ଥିଲେ।
Navbharat Timesମ୍ୟାଚ୍ ପୂର୍ବରୁ ଶେଖ ହାସିନା, ମମତା ବାନାର୍ଜୀ, ସଚିନ ତେନ୍ଦୁଲକର, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ ଟିମ୍ର ଖେଳାଳି ଓ କର୍ମଚାରୀଙ୍କୁ ଭେଟିଥିଲେ। ସେହିପରି ଶେଖ ହାସିନା ନିଜ ଦେଶର କ୍ରିକେଟରମାନଙ୍କୁ ମଧ୍ୟ ଭେଟିଥିଲେ।
Navbharat Timesସଚିନ ତେନ୍ଦୁଲକର ଏହି ମ୍ୟାଚ୍ରେ ହାଲୁକା ପିଙ୍କ ରଂଗର ସାର୍ଟ ପିନ୍ଧିଥିଲେ। ସେ ଷ୍ଟାଡିୟମରେ ଉପସ୍ଥିତ ଅନେକ ଦର୍ଶକଙ୍କ ସହିତ ମ୍ୟାଚ୍ ଦେଖୁଥିଲେ। ବିସିସିଆଇ ସଭାପତି, ସଚିବ ଜୟ ଶାହାଙ୍କ ବ୍ୟତୀତ ଅନ୍ୟ ପଦାଧିକାରୀ ଇଡେନ ଗାର୍ଡେନରେ ଉପସ୍ଥିତ ଥିଲେ। ଏହି ସମୟରେ ସଚିନ ଓ ଶେଖ ହାସିନା ବହୁ ସମୟ ଧରି କଥାବାର୍ତ୍ତା ହେଉଥିଲେ।
Follow Us