ଲର୍ଡସ୍‌ ଟେଷ୍ଟ: ଭାରତ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ଜାରି, ସ୍କୋର ୫/୧୫୭

Advertisment
ଲର୍ଡସ୍‌ ଟେଷ୍ଟ: ଭାରତ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ଜାରି, ସ୍କୋର ୫/୧୫୭

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡସ୍‌ ଷ୍ଟାଡିୟମରେ ୫ ଟେଷ୍ଟ ମ୍ୟାଚ୍‌ର ୨ୟ ମୁକାବିଲା ୩ୟ ଦିନରେ ଶନିବାର ଖେଳ ଜାରି ରହିଛି। ୩୮ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୫୭ ରନ୍‌ ସଂଗ୍ରହ କରିବା ପରେ ଇଂଲଣ୍ଡ ୫୦ ରନ୍‌ରେ ଅଗ୍ରଣୀ ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଜନି ବେୟାରଷ୍ଟୋ(୨୯) ଓ କ୍ରିସ୍‌ ଓ୍ଵକସ୍‌ (୧୬) କ୍ରିଜ୍‌ରେ ଅଛନ୍ତି।

ଇଂଲଣ୍ଡର ଓପନ୍‌ର ଆଲିଷ୍ଟର କୁକ୍‌ ୨୧ ରନ୍‌, କିଏଟନ୍‌ ଜେନିଙ୍ଗସ୍‌ ୧୧ ରନ୍‌, ଅଧିନାୟକ ଜୋଏ ରୁଟ୍‌ ୧୯ ରନ୍‌, ଓଲାଇ ପୋପ୍‌ ୨୮ ରନ୍‌ ଓ ଜୋସ୍‌ ବଟଲର୍‌ ୨୪ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ୩ଟି ଓ୍ଵିକେଟ୍‌ ମିଳିଥିବା ବେଳେ ଈଶାନ୍ତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିିଳିଛି।

publive-image

ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯୟ ହୋଇଥିଲା। ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ମାନେ ୩୫.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୦୭ ରନ୍‌ ସଂଗ୍ରହ କରିଥିଲେ। ପ୍ରଥମ ଦିନ ବର୍ଷା ଯୋଗୁଁ ଖେଳ ବନ୍ଦ ଥିବା ବେଳେ ୨ୟ ଦିବସରେ ଶୁକ୍ରବାର ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୨୯ ରନ୍‌ ସଂଗ୍ରହ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୫୭ଟି ବଲ ଖେଳି ୨୩ ରନ୍‌ ଯୋଡ଼ିଥିଲେ।

ଅଧିନାୟକ ଜୋଏ ରୁଟ୍‌ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଓଦା ପିଚ୍‌ରୁ ଲାଭ ଉଠାଇଥିଲେ। ଭାରତୀୟ ଓପନର ମୁରଲୀ ବିଜୟ ୫ଟି ବଲ୍‌ ସମ୍ମୁଖୀନ ହୋଇ ଖାତା ଖୋଲିବା ପୂର୍ବରୁ ଜେମସ୍‌ ଆଣ୍ଡରସନ୍‌ଙ୍କ ପ୍ରଥମ ଓଭରର ୫ମ ବଲରେ ବୋଲ୍ଡ ହୋଇଥିଲେ। ଆଣ୍ଡରସନ୍‌ଙ୍କ ୨ୟ ଶିକାର ହୋଇଥିଲେ ଲୋକେଶ ରାହୁଳ। ଲୋକେଶ ୧୪ଟି ବଲ ଖେଳି ୨ଟି ଚୌକା ମାଧ୍ୟମରେ ୮ ରନ୍‌ ଯୋଡ଼ିବା ପରେ ବୋଲ୍ଡ ହୋଇ ପାଭଲିଅନ୍‌କୁ ଫେରିଥିଲେ। ଭାରତ ୧୫ ରନ୍‌ରେ ଚେତେଶ୍ୱର ପୂଜାରା, ୪୯ ରନ୍‌ରେ ବିରାଟ କୋହଲି, ୬୧ ରନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ୬୨ ରନ୍‌ରେ ଦିନେଶ କାର୍ତ୍ତିକଙ୍କୁ ହରାଇଥିଲା।

ଇଂଲଣ୍ଡର ପରବର୍ତ୍ତୀ ଶିକାର ହୋଇଥିଲେ ଆଜିଙ୍କ୍ୟ ରାହାଣେ(୧୮ ରନ୍‌, ୪୪ ବଲ, ୨ଟି ଚୌକା)। ୯୬ ରନ୍‌ରେ ଭାରତ କୁଲଦୀପ ଯାଦବ, ୯୬ ରନ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ହରାଇଥିଲା। ଈଶାନ୍ତ ଶର୍ମା ୩ଟି ବଲ୍‌ ସମ୍ମୁଖୀନ ହୋଇ ଆଣ୍ଡରସନଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିବା ବେଳେ ମହମ୍ମଦ ସାମି ୩ଟି ବଲ ଖେଳି ୨ଟି ଚୌକା ସହାୟତାରେ ୧୦ ରନ୍‌ ଯୋଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe