Photo: Navbharat Times
ନୂଆଦିଲ୍ଲୀ: କ୍ରିକେଟ୍ରେ ବ୍ୟାଟିଂ ଓ ବୋଲିଂ ଭଳି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଫିଲ୍ଡିଂ । ବିଶେଷଜ୍ଞମାନେ ମତ ଦେଇଥାନ୍ତି ଯେ ବ୍ୟାଟିଂ ଓ ବୋଲିଂ ଭଳି ଫିଲ୍ଡିଂକୁ ମଧ୍ୟ ଅବହେଳା କରାଯାଇ ପାରିବ ନାହିଁ। କ୍ରିକେଟ୍ ଖେଳରେ ଆଜିର ଦିନରେ ଯେହେତୁ ଫିଟ୍ନେସ୍କୁ ଗୁରୁତ୍ୱ ଦିଆଯାଉଛି, ସେହି ଆଧାରରେ ଫିଲ୍ଡିଂର ଭୂମିକା ମଧ୍ୟ ବଢ଼ି ଯାଇଛି। କାରଣ ଫିଲ୍ଡିଂ ଢିଲା ହୋଇଗଲେ ବିପକ୍ଷ ଟିମ୍କୁ ରନ୍ ବଢ଼ାଇବା ସହଜ ହୋଇଯାଇଥାଏ। କ୍ରିକେଟ୍ରେ ସେଥିପାଇଁ କୁହାଯାଇଥାଏ - ‘କ୍ୟାଚ୍ ଧରନ୍ତୁ, ମ୍ୟାଚ୍ ଜିତନ୍ତୁ।’। ଏହି କ୍ରମରେ ବର୍ଷ ୨୦୧୯ର ତିନିଟି ସ୍ମରଣୀୟ କ୍ୟାଚ ବିଷୟରେ ଉପସ୍ଥାପନା।
ବେନ୍ ଷ୍ଟୋକ୍ସ (ବିଶ୍ୱକପ୍ ୨୦୧୯)
ବିଶ୍ୱକପ୍ ୨୦୧୯ରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିବା ମୁକାବିଲା ଚାଲିଥିବା ବେଳେ ଏଣ୍ଡିଲ ଫେହଲୁକଓ୍ଵାୟୋ ଆଦିଲ ରସିଦ୍ଙ୍କ ଏକ ବଲକୁ ମିଡ-ଓ୍ଵିକେଟ୍କୁ ଖେଳିଥିଲେ। ଦର୍ଶକମାନେ ଭାବୁଥିଲେ ଯେ ବଲ ବାଉଣ୍ଡରି ଡେଇଁବ ଏବଂ ଏହା ୬ ରନ୍ ହେବ। କିନ୍ତୁ ବେନ୍ ଷ୍ଟୋକ୍ସ ଠିକ୍ ବାଉଣ୍ଡରି ଉପରେ ଡେଇଁ କ୍ୟାଚ୍ ଧରିଥିଲେ। କ୍ୟାଚ୍ ଧରିବା ସମୟରେ ଷ୍ଟୋକସ୍ଙ୍କ ପାଦ ମାଟିରେ ଲାଗି ନ ଥିଲା। ଷ୍ଟୋକ୍ସଙ୍କ ଏହି କ୍ୟାଚ୍ ଅବିଶ୍ୱସନୀୟ ଥିଲା। ତେଣୁ ଟିଭିରେ ଅନେକ ଥର ଏହାକୁ ପ୍ରସାରଣ କରାଯାଇଥିଲା। ଏହି କ୍ୟାଚ୍ ୨୦୧୯ର ଏକ ସ୍ମରଣୀୟ କ୍ୟାଚ ହୋଇ ରହିଗଲା।
Photo: Navbharat Timesସ୍ମିଥ୍ଙ୍କ ଦ୍ୱିତୀୟ ସ୍ଲିପ୍ରେ ପ୍ରଶଂସନୀୟ କ୍ୟାଚ୍
ପର୍ଥରେ ଖେଳା ଯାଉଥିବା ନ୍ୟୁଜିଲାଣ୍ଡ- ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ ଦ୍ୱିତୀୟ ସ୍ଲିପ୍ରେ ନେଇଥିବା ପ୍ରଶଂସନୀୟ କ୍ୟାଚ୍ ୨୦୧୯ର ଏକ ମନେରଖିଲା ଭଳି କ୍ୟାଚ୍। ଏହି କ୍ୟାଚ ଧରି ଷ୍ଟିଭ୍ ସ୍ମିଥ କିଓ୍ଵି ଅଧିନାୟକ କେନ୍ ଓ୍ଵିଲିୟମ୍ସନ୍ଙ୍କୁ ପାଭଲିଅନ୍ ପଠାଇ ଦେଇଥିଲେ। ବ୍ୟାଟରେ ସଂଯୋଗ ହେବା ପରେ ବଲ ଦ୍ରୁତ ଗତିରେ ଯାଉଥିବା ବେଳେ ସ୍ମିଥ ଡ୍ରାଇଭ କରି କ୍ୟାଚ୍ ନେଇଥିଲେ। ତାଙ୍କଠାରୁ ବଲ୍ ବେଶ ଦୂରରେ ଥିଲେ ମଧ୍ୟ ସେ ତାହାକୁ ଧରିବାରେ ସକ୍ଷମ ହୋଇଥିଲେ।
Photo: Navbharat Timesସ୍ୟାଲୁଟ୍ କ୍ୟାଚ୍
ୱେଷ୍ଟଇଣ୍ଡିଜର ଖେଳାଳି ସେଲଡନ୍ କଟ୍ରେଲ ପଡ଼ିଆରେ ସେଲ୍ୟୁଟିଙ୍ଗ ସେଲିବ୍ରେସନ୍ ପାଇଁ ବେଶ୍ ଜଣାଶୁଣା। କଟ୍ରେଲ ବିପକ୍ଷ ଟିମ୍ର ବ୍ୟାଟସ୍ମ୍ୟାନଙ୍କୁ ଆଉଟ୍ କରିବା ପରେ ସଙ୍ଗେସଙ୍ଗେ ସେଲ୍ୟୁଟ୍ କରିଥାନ୍ତି। ବିଶ୍ୱକପ୍ରେ ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଏକ ମ୍ୟାଚ୍ରେ ଷ୍ଟିଭ୍ ସ୍ମିଥ ପ୍ରତିପକ୍ଷ ବୋଲର ଓଶାନେ ଥୋମାସଙ୍କ ବଲକୁ ଏକ ବଡ଼ ସଟ୍ ମାରିଥିଲେ। ସମସ୍ତେ ଭାବୁଥିଲେ ଏହା ଛକ୍କା ହେବ, କିନ୍ତୁ ୬ ରନ୍ ହେବା ପୂର୍ବରୁ ତାହା କଟ୍ରେଲଙ୍କ ହାତରେ ପଡ଼ିଯାଇଥିଲା। ଏହି କ୍ୟାଚ୍ ଏକ ଦେଖିବା ଭଳି କ୍ୟାଚ୍ ଥିଲା।
Photo: Navbharat Times
Follow Us