ଭୁବନେଶ୍ବର: ମଧ୍ୟପ୍ରଦେଶର ଦେୱାଶଠାରେ ଆୟୋଜିତ ଜାତୀୟ ଜୁ ଜିତ୍ସୁ ପ୍ରତିଯୋଗିତାରେ ଓଡ଼ିଶାକୁ ୭ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୫ କାଂସ୍ୟ ସହ ମୋଟ ୧୪ ପଦକ ମିଳିଛି। କେବଳ ଅନୁପମା ସ୍ବାଇଁ ୩ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଅମ୍ଳାନ ରାଉତ ୩ (୨ ସ୍ବର୍ଣ୍ଣ, ୧ ରୌପ୍ୟ), ସିଦ୍ଧାର୍ଥ ଶଙ୍କର ମହନ୍ତ (୧ ସ୍ବର୍ଣ୍ଣ, ୧ ରୌପ୍ୟ), ଦେବାଶିଷ ସାମନ୍ତରାୟ (୧ ସ୍ବର୍ଣ୍ଣ, ୧ କାଂସ୍ୟ), ଅଂଶୁମାନ ସେଠୀ (୧ ରୌପ୍ୟ, ୧ କାଂସ୍ୟ) ୨ ଲେଖାଏଁ ଏବଂ ଡି ଉଦୟ କିରଣ (୧ କାଂସ୍ୟ) ଓ କ୍ରିନସୁକା ବେହେରା (୧ କାଂସ୍ୟ) ଗୋଟିଏ ଲେଖାଏଁ ପଦକ କରାୟତ୍ତ କରିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୧ ପ୍ରତିଯୋଗୀ ଭାଗ ନେଇଥିଲେ। ଏସୀୟ ଜୁ ଜିତସୁ ପଦକ ବିଜେତା ଅନୁପମା ସ୍ୱାଇଁ ମହିଳା ୫୨ କେଜି ବର୍ଗର ଫାଇଟିଙ୍ଗ ସିଷ୍ଟମ, କଣ୍ଟାକ୍ଟ ଜୁ ଜିତ୍ସୁ ଓ ନେ ୱାଜାରେ ପ୍ରଥମ ସ୍ଥାନ ଅଧିକାର କରି ଇତିହାସ ରଚିଥିଲେ। ଦେଶର ୨୬ ରାଜ୍ୟ ଓ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳର ୧୪୦୦ରୁ ଅଧିକ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us