ଆଇପିଏଲ୍‌-୨୦୨୦ରେ ସାମିଲ ହୋଇପାରେ ୩ଟି ନୂଆ ସହର

Advertisment
ୟୁଏଇ ପାଇଁ ଆନୁଷ୍ଠାନିକ ଅନୁମତି, ୧୮ ସୁଦ୍ଧା ଭିଭୋ ବିକଳ୍ପ ଘୋଷଣା

Image courtesy: tkbsen

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ନୂଆ ଟିମ୍‌ ସାମିଲ କରାଯିବାକୁ ନେଇ ଚିନ୍ତା କରାଯାଉଛି। ବର୍ଷ ୨୦୨୧ ସଂସ୍କରଣକୁ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ପୂର୍ବରୁ କୁହାଯାଉଥିଲା କିନ୍ତୁ ୨୦୨୦ ସଂସ୍କରଣର ଆଇପିଏଲ୍‌ରେ ୩ଟି ସହରକୁ ସାମିଲ କରାଯାଇପାରେ। ଆଇପିଏଲ୍‌ର ୮ଟି ପ୍ରାୟୋଜକ ଟିମ୍‌ ଗତ ମଙ୍ଗଳବାର ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟରେ ବୋର୍ଡର ନୂତନ ପଦାଧିକାରୀଙ୍କୁ ଭେଟିଛନ୍ତି। ଯେଉଁ ୩ଟି ସହରକୁ ଆଇପିଏଲ୍‌ରେ ଯୋଡ଼ିବାକୁ ଉଦ୍ୟମ ହୋଇଛି, ସେଗୁଡ଼ିକ ହେଲା ଲକ୍ଷ୍ନୌ, ଗୌହାଟୀ ଓ ଥିରୁବନନ୍ତପୁରମ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, କିଙ୍ଗସ୍‌ ଏକାଦଶ ପଂଜାବ ଲକ୍ଷ୍ନୌକୁ ନିଜର ଦ୍ୱିତୀୟ ଘର ଭାବେ ଗ୍ରହଣ କରିପାରେ। ସେହିଭଳି ରାଜସ୍ଥାନ ରୟାଲସ୍‌ ଅହମଦାବାଦ ଠାରୁ ଗୌହାଟୀ ଯିବାକୁ ଚାହୁଁଛି। ଥିରୁବନନ୍ତପୁରମ କାହାର ଅଧିନରେ ଆସିବ ସେ ସଂପର୍କରେ ଏଯାଏଁ କୌଣସି ନିଷ୍ପତ୍ତି ହୋଇନାହିଁ। ଅଧିକାରୀ କହିଛନ୍ତି, ରାଜସ୍ଥାନ ଦ୍ୱିତୀୟ ଗୃହ ନଗର ପରିବର୍ତ୍ତନ କରିବାକୁ ଦାବି କରିଛି ଏବଂ ଏହି ଟିମ୍‌ ଅହମଦାବାଦ ଠାରୁ ଗୌହାଟୀ ଯିବାକୁ ଚାହୁଁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe