କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଅଲମ୍ପିକ କ୍ୱାଲିଫାୟର ପାଇଁ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ଘୋଷିତ, ମହିଳା ଦଳରେ ୩ ଓଡ଼ିଆ

Advertisment
କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଅଲମ୍ପିକ କ୍ୱାଲିଫାୟର ପାଇଁ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ଘୋଷିତ, ମହିଳା ଦଳରେ ୩ ଓଡ଼ିଆ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧ ଓ ୨ ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଖେଳାଯିବାକୁ ଥିବା ଅଲମ୍ପିକ୍ସ ହକି କ୍ୱାଲିଫାୟର୍ସ ଲାଗି ଆଜି ୧୮ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି । ଏଥିରେ ୩ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଡିଫେଣ୍ଡର ଡିପ୍‌ ଗ୍ରେସ ଏକ୍କା, ମିଡଫଲଡର ନୀଳିମା ଏକ୍କା ଓ ନମିତା ଟପ୍ପୋ ।

ଅନ୍ୟପକ୍ଷରେ ଏହି କ୍ୱାଲିଫାୟର ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଭାରତୀୟ ପୁରୁଷ ଦଳ ମଧ୍ୟ ଘୋଷଣା କରାଯାଇଛି । ଏଥିରେ ଜଣେ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ସେ ହେଲେ ଅମିତ ରୋହିଦାସ ।  ୧୮ ଜଣିଆ ଭାରତୀୟ ପୁରୁଷ ଦଳ ହେଲେ ମନପ୍ରୀତ ସିଂ (ଅଧିନାୟକ), ଏସଭି ସୁନୀଲ (ଉପ ଅଧିନାୟକ), ପିଆର ଶ୍ରୀଜେସ,କ୍ରିଷ୍ଣନ ପାଠକ, ହରମନପ୍ରିତ ସିଂ,ବରୁଣ କୁମାର, ସୁରେନ୍ଦ୍ର କୁମାର, ଗୁରିନ୍ଦର ସିଂ, ରୁପିନ୍ଦର ପାଲ ସିଂ, ଅମିତ ରୋହିଦାସ,ନାଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ଲଲିତ ଉପାଧ୍ୟାୟ, ମନଦୀପ ସିଂ, ଆକାଶଦୀପ ସିଂ, ରମନଦୀପ ସିଂ ଓ ସିମରନଜିତ ସିଂ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe