ଭଞ୍ଜନଗର: ଇଣ୍ଡିଆ ଟାଏକୋଣ୍ଡୋ ଜାତୀୟ ପାହ୍ୟା ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାକୁ ଭଞ୍ଜନଗରର ୩ ଜଣ ଖେଳାଳି ମନୋନୀତ ହୋଇଛନ୍ତି। ଏଥିପାଇଁ ଭଞ୍ଜନଗର ଟାଏକୋଣ୍ଡୋ ଏକାଡେମିରେ ଖୁସିର ଲହରି ଖେଳିଯାଇଛି। ଏହି ପ୍ରତିଯୋଗିତା ମହାରାଷ୍ଟ୍ରର ନାସିକ୍ ସହରର ଅଡଗାଁଓ ନାକା ସ୍ପୋର୍ଟସ୍ କମ୍ପ୍ଲେକ୍ସ୍ରେ ଆସନ୍ତା ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ତାରିଖ ଅନୁଷ୍ଠିତ ହେବ। ଏଥିରେ ଭଞ୍ଜନଗର ଟାଏକୋଣ୍ଡୋ ଏକାଡେମିର ଏସ୍ ସାଇକିରଣ ପାତ୍ର, ଆଶିଷ କୁମାର ନାୟକ ଓ ଏସ୍ ବିନାୟକ ପାତ୍ର ଭାଗ ନେବାକୁ ମନୋନୀତ ହୋଇଛନ୍ତି। ଏନେଇ ପ୍ରଶିକ୍ଷକ ପ୍ରାଣକୃଷ୍ଣ ଗୌଡ଼ ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତା ପାଇଁ ୨ବର୍ଷ ଧରି ସେମାନେ ଅଭ୍ୟାସ ଜାରି ରଖିଥିଲେ। ଏଥିସହ ଉକ୍ତ ଖେଳାଳିମାନେ ଗତ ଜାନୁଆରି ମାସରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ଜାତୀୟସ୍ତରୀୟ ଟାଏକୋଣ୍ଡୋରେ ଭଞ୍ଜନଗରରୁ ୩ ଖେଳାଳି
Advertisment
Follow Us