ଅଧୁରା ରହିଲା ‘ଅଧିନାୟକ’ ସ୍ୱପ୍ନ : ଭାରତୀୟ ଦଳର ନେତୃତ୍ୱରୁ ବଞ୍ଚିତ ‌ହୋଇଛନ୍ତି ଏହି ୩ ସଫଳ ତାରକା

Advertisment
୬ ଛକା ପଛର କାହାଣୀ କହିଲେ ଯୁବି: ସ୍ଲେଜିଂ ହିଁ ଉତ୍ତେଜିତ କରିଥିଲା, ପ୍ରହାର ପାଇଁ ଉସୁକାଇଥିଲା

India.com

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ନେତୃତ୍ବ ନେବାର ସୌଭାଗ୍ୟ ବହୁ କିଂବଦନ୍ତି ଖେଳାଳିଙ୍କୁ ମିଳିଛି। ତେବେ ଏମିତି ବି ଅନେକ ଖେଳାଳି ଅଛନ୍ତି, ଯିଏ ଦୀର୍ଘଦିନ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା‌ ସତ୍ତ୍ବେ ଟିମ୍ ଇଣ୍ଡିଆର ଅଧିନାୟକ ହେବାର ସମ୍ମାନରୁ ବଞ୍ଚିତ ହୋଇଛି। ସେମାନେ ଭଲ ପ୍ରଦର୍ଶନ ଦେଇଛନ୍ତି, ହେଲେ ବିଭିନ୍ନ କାରଣ ପାଇଁ ନେତୃତ୍ବ ନେବାର ସୁଯୋଗ ପାଇନାହାନ୍ତି। ଏପର୍ଯ୍ୟନ୍ତ ଭାରତୀୟ ଟେଷ୍ଟ୍‌ ଦଳର ୩୩ ଜଣ ଅଧିନାୟକ ରହି ସାରିଥିଲା ବେଳେ ଦିନିକିଆରେ ୨୪ ଜଣ ଏହି ଦାୟିତ୍ବ ନେଇଛନ୍ତି। ‌ଆମେ ଏବେ ୩ ଜଣ ଭାରତୀୟ ପୂର୍ବତନ ଶ୍ରେଷ୍ଠ ଖେଳାଳି ଯୁବରାଜ ସିଂହ, ଭିଭିଏସ୍‌ ଲକ୍ଷ୍ମଣ ଓ ଜାହିର ଖାନ୍‌ଙ୍କ ଉପରେ ଆଲୋଚନା କରିବା। ଏ‌ମାନେ ଭାରତକୁ ବହୁ ମ୍ୟାଚ୍‌ରେ ବିଜୟୀ କରାଇଛନ୍ତି। ହେଲେ ଦକ୍ଷତା ଥାଇ ମଧ୍ୟ ଦଳର ‌ଅଧିନାୟକ ହୋଇ ପାରିନାହାନ୍ତି। ‌

ଯୁବରାଜ ସିଂହ
ସୀମିତ ଓଭର କ୍ରିକେଟ୍‌ ଇତିହାସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବେ ପରିଚିତ ଅଲ୍‌ରାଉଣ୍ଡର ଯୁବରାଜ ସିଂହ। ବିସ୍ଫୋରକ ବ୍ୟାଟିଂରେ ସେ ବୋଲରଙ୍କ ନିଦ ହଜେଇ ଦେଉଥିଲା ବେଳେ ସ୍ପିନ୍‌ ଯାଦୁରେ ବହୁ ୱିକେଟ୍ ପାଇଛନ୍ତି। ତାଙ୍କ ପାଖରେ ମ୍ୟାଚ୍‌ ଜିତାଇବାର ଗୁଣ ଥିଲା। ବିପଦ ସମୟରେ ଦଳକୁ ଆଗକୁ ନେବାର କଳା ତାଙ୍କ ପାଖରେ ଥିଲା। ଉଭୟ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୧୧ ବିଶ୍ବକପ୍‌ରେ ସେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଭଳି ପ୍ରଦର୍ଶନ ସତ୍ତ୍ୱେ ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ଯୁବରାଜଙ୍କୁ ଭାରତୀୟ ଦଳର ନେତୃତ୍ୱ ନେବାର ସୁଯୋଗ ମିଳିନଥିଲା। ଯୁବି ଭାରତ ପକ୍ଷରୁ ୪୦ ଟେଷ୍ଟ୍, ୩୦୪ ଦିନିକିଆ ଓ ୫୮ ଟ୍ବେଣ୍ଟି-୨୦ ଖେଳିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସେ ୧୧,୦୦୦ରୁ ଅଧିକ ରନ୍ କରିଥିଲା ବେଳେ ପାଖାପାଟି ଦେଶ ଶହ ୱିକେଟ୍ କରାୟତ କରିଛନ୍ତି।

publive-image News18.com

ଭିଭିଏସ୍‌ ଲକ୍ଷଣ
ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣଙ୍କ ପାଇଁ ବ୍ୟାଟିଂ କେବଳ ଏକ ଦକ୍ଷତା ନଥିଲା, ଏହା ଏକ କଳା ଥିଲା। ତାଙ୍କ ବ୍ୟାଟିଂ ବେଳେ ଜଣେ ‌ଚିତ୍ରଶିଳ୍ପୀ ସବୁଜ କାନଭାସ୍ ଉପରେ ରନ୍ ରଙ୍ଗ କରୁଥିବାର ଭ୍ରମ ସୃଷ୍ଟି କରୁଥିଲା। ଏହି ଲାଲ୍ ବଲ୍‌ର ଶ୍ରେଷ୍ଠ ତାରକା କ୍ରିକେଟ୍‌ର ଲମ୍ବା ଫର୍ମାଟରେ ସ୍ଥିର ପ୍ରଦର୍ଶନ ଦେଇ ଆସୁଥିଲେ। ଡ୍ରେସିଂ ରୁମ୍‌ରେ ‌ତାଙ୍କୁ ଭଲ ସମ୍ମାନ ମିଳୁଥିଲା। ଅଧିନାୟକ ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼ ଓ ଅନିଲ କୁମ୍ବଲେଙ୍କ ପାଇଁ ସେ ଜଣେ ବିଶ୍ୱସ୍ତ ପ୍ରହରୀ ଥିଲେ। କିନ୍ତୁ ନିଜେ ଦଳର ନେତୃତ୍ୱ ନେବାକୁ ସୁଯୋଗ ପାଇ ନଥିଲେ। ଅବସର ପରେ ସେ କ୍ରିକେଟ୍‌ ପଣ୍ଡିତ ଭାବେ ସମୀକ୍ଷକ ଓ ଭାଷ୍ୟକାର କାମ କରୁଛନ୍ତି। ‌ଭାରତୀୟ ଜର୍ସି ସେ ୧୫ ବର୍ଷ ଧରି ପିନ୍ଧିଥିଲେ। କିନ୍ତୁ ଅସ୍ଥାୟୀ ଭାବେ ମଧ୍ୟ ଦଳର ନେତୃତ୍ୱ ନେବାର ସୁ‌ଯୋଗ ତାଙ୍କୁ ମିଳିନଥିଲା। ଲକ୍ଷ୍ମଣ ୧୩୪ ଟେଷ୍ଟ୍ ଓ ୮୬ ଦିନିକିଆରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ସେଥିମଧ୍ୟରେ ସେ ମଧ୍ୟ ୧୧୦୦୦ରୁ ଅଧିକ ରନ୍ କରିଛନ୍ତି।

publive-image EssentiallySports

ଜାହିର ଖାନ୍‌
୨୦୦୩ ବିଶ୍ୱକପ୍‌ ଫାଇନାଲର ପ୍ରଥମ ଓଭରରେ ୧୫ ରନ୍ ଦେବାଠାରୁ ଆରମ୍ଭ କରି ୨୦୧୧ ବିଶ୍ୱକପ୍ ଫାଇନାଲ୍‌ରେ ୩ ୱିକେଟ୍ ହାସଲ କରିବା ପର୍ଯ୍ୟନ୍ତ ଦ୍ରୁତ ବୋଲର୍‌ ଜାହିର ଖାନ୍ ନିଜର ଉତ୍‌ଥାନ ପତନ କ୍ରିକେଟ୍‌ ଜୀବନକୁ ଦେଖିଥିଲେ। ସେ ଜଣେ ଚତୁର ଦ୍ରୁତ ବୋଲର ଥିଲେ। ଯାହା ତାଙ୍କୁ କାଉଣ୍ଟି କ୍ରିକେଟ୍‌ରେ ଶ୍ରେଷ୍ଠ ଦ୍ରୁତ ବୋଲର ହେବାରେ ସାହାଯ୍ୟ କରିଥିଲା। ଯେତେବେଳେ ଅଧିନାୟକ ସୌରଭ ଗାଙ୍ଗୁଲି ବିପକ୍ଷ ବ୍ୟାଟ୍ସମ୍ୟାନ୍‌ଙ୍କ ପ୍ରକୋପ ଦେଖୁଥିଲେ। ସେତେବେ‌ଳେ ଜାହିରଙ୍କ ଉପରେ ଭରସା ‌କରି ବୋଲିଂକୁ ଡାକୁଥିଲେ। ଜାହିର ମଧ୍ୟ ତାଙ୍କୁ ନିରାଶ ହେବାକୁ ଦେଉ ନଥିଲେ। ଭାରତୀୟ କ୍ରିକେଟ୍‌ ଦଳର ସେ ଜଣେ ପ୍ରକୃତ ସେବକ ଥିଲେ। ସମସ୍ତ ଫର୍ମାଟ୍‌ରେ ସେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଭାରତୀୟ ବୋଲିଂ ବାହିନୀର ନେତୃତ୍ବ ନେଇଥିଲେ। ଏଭଳି ଦକ୍ଷତା ସତ୍ତ୍ବେ ଦଳର ଅଧିନାୟକ ହେବାର ସୁଯୋଗ ପାଇନଥିଲେ। ଜାହିର ଭାରତ ପାଇଁ ୨୦୦ ଦିନିକିଆ, ୯୦ ଟେଷ୍ଟ୍ ଓ ୧୭ ଟ୍ବେଣ୍ଟି-୨୦ ଖେଳିଛନ୍ତି। ସେଥିମଧ୍ୟରେ ସେ ୬୦୦ରୁ ଅଧିକ ୱିକେଟ୍ ଅକ୍ତିଆର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe