ଆଉ ୩୦ ଦିନ, କିମ୍ବଦନ୍ତୀ ଖେଳାଳି କରିବେ ସାହିତ୍ୟ ଚର୍ଚ୍ଚା

Advertisment
ଆଉ ୧୧ ଦିନ, ଷ୍ଟାର ସ୍ପୋର୍ଟସ୍‌ରେ ସିଧାପ୍ରସାରଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହୋଇସାରିଲାଣି। ହକି ବିଶ୍ୱକପ୍‌କୁ ସଫଳ କରିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏସବୁ ଭିତରେ ହକି ବିଶ୍ୱକପ୍‌ ପୂର୍ବରୁ ଏସିଆର ସବୁଠୁ ବଡ ତଥା ପ୍ରତିଷ୍ଠିତ ଏକାମ୍ର ସ୍ପୋର୍ଟସ ଲିଟେରାରି ଫେଷ୍ଟିଭାଲ ଆୟୋଜିତ ହୋଇଛି। ନଭେମ୍ବର ୨ ଓ ୩ରେ ହେବାକୁ ଥିବା ଏହି ମହୋତ୍ସବର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାର ମୁଖ୍ୟ ଲକ୍ଷ୍ୟ ରହିବ ଭୁବନେଶ୍ୱରରେ କ୍ରୀଡାର ମାହୋଲ ସୃଷ୍ଟି କରିବା। ଏଥି‌ରେ ଜାତୀୟ ଓ ଅର୍ନ୍ତଜାତୀୟ ଖେଳାଳି, ବିଶିଷ୍ଟ ସାମ୍ବାଦିକ, ପ୍ରଶିକ୍ଷକ ଓ ଲେଖକମାନେ ସାମିଲ ହେବେ। ଯେଉଁଥିରେ ଖ୍ୟାତନାମା ବେନ ଜନସନଙ୍କଠାରୁ ଆରମ୍ଭ କରି କ୍ରିକେଟର ସାମିଲ ଅଛନ୍ତି। ଉଭୟ ଦିବସରେ କାନାଡାର ପୂର୍ବତନ ଧାବକ ବେନ ଜନସନଙ୍କ ଠାରୁ ଆରମ୍ଭ କରି କ୍ରିକେଟର ମହମ୍ମଦ କୈଫ, ଅଲିମ୍ପିକ ପଦକ ବିଜେତା ଯୋଗେଶ୍ୱର ଦତ୍ତ, ଜାଭଲିନ୍ ତାରକା ନୀରଜ ଚୋପ୍ରା, କ୍ରିକେଟର ଜେଫ ଥମ୍ପସନ୍‌, ରିଚାର୍ଡ ମୁରେ, ଷ୍ଟିଫାନି ରାଇସ, ଦିଲୀପ ତିର୍କିଙ୍କ ଭଳି ଅର୍ନ୍ତଜାତୀୟ ତାରକାଙ୍କୁ ଗୋଟିଏ ଛାତ ତଳେ ଦେଖିବାକୁ ମିଳିବ। ଯେଉଁଠାରେ ଏହି ଖେଳାଳି ମାନେ ନିଜର ସଂଘର୍ଷପୂର୍ଣ୍ଣ ଖେଳ ଜୀବନର ଅଭିଜ୍ଞତା ବଖାଣିବେ। ଯାହା ଯୁବ କ୍ରୀଡାବିତ୍‌ମାନଙ୍କୁ କ୍ରୀଡା କ୍ଷେତ୍ରରେ କ୍ୟାରିୟର କରିବାକୁ ଉତ୍ସାହିତ କରିବ। ଉତ୍ସବର ଲୋଗୋ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ଜାହିର କରିଛନ୍ତି। ହକି ବିଶ୍ୱକପ୍‌ ପୂର୍ବରୁ ଏହି ପଦକ୍ଷେପ କ୍ରୀଡା ସହ ଓଡିଶାର କଳା ଓ ସଂସ୍କୃତିକୁ ମଧ୍ୟ ଏକ ନୂଆ ଶିଖରରେ ପହଞ୍ଚାଇବ। ଉତ୍ସବରେ ସାମିଲ ହେବାକୁ ଥିବା ସମସ୍ତ ବ୍ୟକ୍ତିଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ଅପେକ୍ଷା କରିରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଉତ୍ସବ ଓଡ଼ିଶା ସମେତ ଦେଶରେ ଏକ ଇତିହାସ ସୃଷ୍ଟି କରିବ ବୋଲି କହିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଦେଶ ଓ ବିଦେଶର ଖେଳାଳିଙ୍କ ସମେତ ସାଧାରଣ ଲୋକ ମଧ୍ୟ ବେଶ ପ୍ରଂଶସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe